Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHITYA TARJUMAN

Abstract Classics Inspirational

3  

SAHITYA TARJUMAN

Abstract Classics Inspirational

ନାରୀ

ନାରୀ

1 min
245


ଶରୀରରେ  ମୋର  ମନ ବି ରହିଛି, 

ହସି ବି ପାରେ ମୁଁ କାନ୍ଦି ବି ପାରେ ମୁଁ ! 

ଆକାଂକ୍ଷା  ବି  ଅଛି, ଭାବନା ବି ଅଛି, 

ହସି ବି ପାରେ ମୁଁ କାନ୍ଦି ବି ପାରେ ମୁଁ !


ଇସାରାରେ  ତୁମ  ସଦା  ନାଚୁ ଥିବି, 

ଭାବୁଥିଲେ  ଏବେ   ଆଉ ଭାବିବନି, 

କଣ୍ଡେଇ  ନୁହେଁ  ମୁଁ  ଜୀବିତ ମାନବ, 

ହସି ବି ପାରେ ମୁଁ କାନ୍ଦି ବି ପାରେ ମୁଁ !


ଫୁଲ ଭାବି ମୋତେ ଭାଙ୍ଗି ଦବ ନାହିଁ, 

ଜହ୍ନ  କହି  ମୋ  ଠୁଁ ଦୂରେଇ ଯିବନି, 

ସହି   ପାରିବାର   ସୀମା   ବି ରହିଛି, 

ହସି ବି ପାରେ ମୁଁ କାନ୍ଦି ବି ପାରେ ମୁଁ !


ଲାଜର   ଗହଣା   ଦେଇଛି  ପ୍ରକୃତି, 

ବଜାରର   ଶୋଭା  ଭାବୁଛ କାହିଁକି ?

ମାନବ   ଜାତିର   ଜନନୀ  ସଜନୀ, 

ହସି ବି ପାରେ ମୁଁ କାନ୍ଦି ବି ପାରେ ମୁଁ !


ଭଲ  ପାଇବାର  ଆଶା  ବି  ଅପାର, 

ତୁମେ  ଯଦି  ନଈ ମୁଁ  ଅଟେ ସାଗର, 

ସମର୍ପି   ଦିଏ  ମୁଁ  ପାଇଲେ  ଆଦର, 

ହସି ବି ପାରେ ମୁଁ  କାନ୍ଦି ବି ପାରେ ମୁଁ !



Rate this content
Log in

Similar oriya poem from Abstract