ନାରୀ
ନାରୀ
ଛାର ନାରୀ ତୁ
କି ହୁଅ ନାରାୟଣୀ
କାଳେ କାଳେ,
ଦୁଃଖ ଯନ୍ତ୍ରଣା ରେ
ଲେଖା ତୋ କାହାଣୀ ।
କୁହ କୋଉ ଯୁଗେ,
ମିଳି ଥିଲା ତତେ ସମ୍ମାନ
ସୀତା,ଦୌପଦି କି ହୁଅ ଲକ୍ଷ୍ମୀ
ଯୁଗେ ଯୁଗେ ,ପାଇଥିଲୁ ଅପମାନ
ନାରୀ ବିନା
ଅସମ୍ଭବ ଏ ସୃଷ୍ଟି
ତଥାପି, ତୋ ଉପରେ
ସଭିଙ୍କ କୁଦୃଷ୍ଟି ।
ମାତା, ପୁତ୍ରି ,ଦୁହିତା
ଅନେକ ନାମେ ନମିତା
ସଦନ ହେଉ କି ସଭା
ଯୁଗେ ଯୁଗେ,
ହେଉ ଉପହସିତ।
ବିନା କାରଣେ ପାଇ କଷ୍ଟ
ନିିଜକୁ ମାନେକରି ଦୋଷୀ
ଖୋଜୁ କେଉଁ
ଶ୍ରାପେ ଯେ ତୁ ଶ୍ରାପିତା ।
