STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ନାରୀ

ନାରୀ

1 min
130

ନିଜର ସୁଖକୁ

ଆତ୍ମହୂତି ଦେଇ

ଖୁସିକୁ ହସି ହସି ତ୍ୟାଗକରି

ପର ପାଇଁ ଜିଇଁ

ପୁଣି ପର ପାଇଁ ମରି

ସଭିଙ୍କୁ ଆଦର କରି

ଲଗାଇ ତା ସେନେହ ମମତା ଡୋରି

ସିଏ ଆଉ କେହି ନୁହଁ

ସିଏ ଅଟେ ପରା ନାରୀ


କୁନି ଝିଅ ହୋଇ

ଘରକୁ ଆସେ

ଖିଲି ଖିଲି ହସି

ମନ ହରଷେ

ଖୁସିରେ ଜୁଆର ଆସେ ସଂସାରେ

ମିଠା କଥା କହି ସଭିଙ୍କୁ ନିଜର କରେ


ସୁନା ଭଉଣୀ ସେ

ମମତା ରାଣୀ

ଭାଇ ପାଇଁ ରହେ

ଉପାସେ ପୁଣି

ମଙ୍ଗଳ ମନାସେ ତା ଭାଇ ପାଇଁ

ଭାଇ ଜିଉଁତିଆ କରେ ନିର୍ଜଳା ରହି


ବାହା ହୋଇ ସାଜେ

ସୁନା ଘରଣୀ

ମମତାରେ ନିଏ

ସଭିଙ୍କ ମନକୁ କିଣି

ଦେବତା ମାନଇ ସ୍ୱାମୀକୁ ତାର

ହସାଏ ସଭିଙ୍କୁ କରି ନିଜର


ଦଶ ମାସ ଦଶ ଦିନକୁ ସହି

ଶୁଭ ଲଗନରେ ମାଆ ହୁଅଇ

ତା ଛୁଆ ତା ପାଇଁ ସରଗତାରା

ତା ସୁଖ ଶଙ୍ଖାଲି ଦୁଃଖ ପାସୋରା


ପୁଅ ବାହା କରେ ବଧୂଟେ ଆଣି

ବୋହୁକୁ ନିଜର ଝିଅଟେ ମାନି

କେତେ ପୁଣ୍ୟ ବଳେ ନାତିନାତୁଣୀ ପାଏ

ମନପକ୍ଷୀ ତାର ଗୀତଟେ ଗାଏ


ଏ ସବୁ ତ ଅଟେ ନାରୀର କଥା

ଇଚ୍ଛାହୁଏ ତାକୁ କରନ୍ତି ପୂଜା

ନାରୀ ନୁହେଁ ସିଏ ଜଗତମାତା

କେମିତି ଗଢିଲା ସେ ଭାଗ୍ୟ ବିଧାତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract