ନାରୀ
ନାରୀ
ନିଜର ସୁଖକୁ
ଆତ୍ମହୂତି ଦେଇ
ଖୁସିକୁ ହସି ହସି ତ୍ୟାଗକରି
ପର ପାଇଁ ଜିଇଁ
ପୁଣି ପର ପାଇଁ ମରି
ସଭିଙ୍କୁ ଆଦର କରି
ଲଗାଇ ତା ସେନେହ ମମତା ଡୋରି
ସିଏ ଆଉ କେହି ନୁହଁ
ସିଏ ଅଟେ ପରା ନାରୀ
କୁନି ଝିଅ ହୋଇ
ଘରକୁ ଆସେ
ଖିଲି ଖିଲି ହସି
ମନ ହରଷେ
ଖୁସିରେ ଜୁଆର ଆସେ ସଂସାରେ
ମିଠା କଥା କହି ସଭିଙ୍କୁ ନିଜର କରେ
ସୁନା ଭଉଣୀ ସେ
ମମତା ରାଣୀ
ଭାଇ ପାଇଁ ରହେ
ଉପାସେ ପୁଣି
ମଙ୍ଗଳ ମନାସେ ତା ଭାଇ ପାଇଁ
ଭାଇ ଜିଉଁତିଆ କରେ ନିର୍ଜଳା ରହି
ବାହା ହୋଇ ସାଜେ
ସୁନା ଘରଣୀ
ମମତାରେ ନିଏ
ସଭିଙ୍କ ମନକୁ କିଣି
ଦେବତା ମାନଇ ସ୍ୱାମୀକୁ ତାର
ହସାଏ ସଭିଙ୍କୁ କରି ନିଜର
ଦଶ ମାସ ଦଶ ଦିନକୁ ସହି
ଶୁଭ ଲଗନରେ ମାଆ ହୁଅଇ
ତା ଛୁଆ ତା ପାଇଁ ସରଗତାରା
ତା ସୁଖ ଶଙ୍ଖାଲି ଦୁଃଖ ପାସୋରା
ପୁଅ ବାହା କରେ ବଧୂଟେ ଆଣି
ବୋହୁକୁ ନିଜର ଝିଅଟେ ମାନି
କେତେ ପୁଣ୍ୟ ବଳେ ନାତିନାତୁଣୀ ପାଏ
ମନପକ୍ଷୀ ତାର ଗୀତଟେ ଗାଏ
ଏ ସବୁ ତ ଅଟେ ନାରୀର କଥା
ଇଚ୍ଛାହୁଏ ତାକୁ କରନ୍ତି ପୂଜା
ନାରୀ ନୁହେଁ ସିଏ ଜଗତମାତା
କେମିତି ଗଢିଲା ସେ ଭାଗ୍ୟ ବିଧାତା
