STORYMIRROR

Dharmaraj Majhi

Classics

3  

Dharmaraj Majhi

Classics

ନାରୀ

ନାରୀ

1 min
345

ତୁମକୁ ହେବାକୁ ପଡିବ ଆଉଥରେ

ଦୁର୍ଗା , କାଳୀ ଆଉ କାତ୍ୟାୟାନୀ

 ଦି ' ହାତ ଯଥେଷ୍ଟ ନୁହେଁ,

ଦୃଶ୍ୟମାନ ହେଉ ତୁମ ଦଶଭୁଜା,


ତୁମ ଆଖିରେ ଜଳି ଉଠୁ ,

ଘୃଣା ଆଉ ପ୍ରତିହିଂସାର ନିଆଁ,

ତ୍ୟାଗ କରି,

ମମତା, ଅସହାୟତା, ନିରୀହପଣ,

କୋଠରପଣର କବଜ ପିନ୍ଧି,

ଶତ୍ରୁ ସଂହାରି

ହୁଅ ତୁମ ଜ୍ୱାଳାମୁଖୀ


ପାଦରେ ବେଡି

ରୂପାର ହେଉ ,

କି ନାକର ନଥ ସୁନାର 

କି କାନର କୁଣ୍ଡଳ ମୁକ୍ତାର

ବେକରେ ହାର ହୀରାର ହେଉ

କି ମୋତିର,

ତୁମେ ଆଉ ହୁଅ ନି ଲାଳାୟିତ,

ସବୁ ପୁରୁଷଙ୍କ ଚକ୍ରାନ୍ତରେ ଆଉ

ହୁଅନା ବଶୀଭୂତ,

ଏମିତି ତୁମକୁ ଦୁର୍ବଳ କରି ଯୁଗ ପରେ ଯୁଗ,

ମିଛରେ ଦେବୀ ସଜେଇ ,

ନିଜେ ହିଁ ସାଜିଛି ସଇତାନ


ନାରୀ ତୁମେ ,

ନିରବତା ଭାଙ୍ଗି ଗର୍ଜି ଉଠ

ଏବେ ସମୟ ,

ଅନ୍ୟାୟକୁ ପ୍ରତିବାଦ କରିବାର,

ଅତ୍ୟାଚାରକୁ "ନା" କହିବାର,

"ହଁ" ନୁହେଁ "ନା"ଭରିବାର


ତୁମେ କି ପଶୁ ଯେ ,

ନାକ କାନ ଫୋଡି,

ଚିହ୍ନା ପଡ଼ିବ,

ଅମୁକ ର ସମୁକ ବୋଲି


ତୁମେ କି ବଳି ପଡୁଥିବା ଉତ୍ସର୍ଗ ଯେ

ସଦା ଥାଅ ପ୍ରସ୍ତୁତ,

ମଥାରେ ସିନ୍ଦୂର , ଲାଲ ବିନ୍ଧି 

ପାଦରେ ଅଳତା ନାଇ, 

ନାଲି ଶଙ୍ଖାର ନାଁ ରେ 

ସମର୍ପି ଦିଅ ନିଜ ନିୟତି କାହିଁ


କାଢିଦିଅ କାନରୁ କୁଣ୍ଡଳ ,

ମୁକ୍ତ ହୁଅ ବନ୍ଧନରୁ

ପରିଧାନ କରି ବାର ହାତର ଶାଡି

ହୁଅ ନି ଆଉ ପରାଧୀନ 

ରଖନି ନିଜକୁ ପଞ୍ଜୁରୀ ଭିତରେ

ଭୁଲିଯାଅନି ,

ତୁମ ଡେଣାର ଶକ୍ତିକୁ

ତୁମେ ବି ଉଡିପାରିବ ନାରୀ

ତୁମେ ବି ଉଡିପାରବ


ତୁମେ ବଜ୍ର ହୁଅ

ବିଜୁଳି ହୁଅ,

ବନ୍ଧା ପକାଇ ନିଜ ଅଧିକାର,

ନିଜ ସୁରକ୍ଷାର ଦାୟିତ୍ଵ ଦିଅ ନି,

ଏ ନର ରାକ୍ଷସମାନଙ୍କୁ ,

ସେ ସମ୍ପର୍କ,

ରକ୍ତର ହେଉ କି ଭକ୍ତର


ଜାଗି ଉଠ ନାରୀ,

ତୁମେ ଜାଗି ଉଠ , 

ନାରୀ ତୁମେ ତ ବିଜୁଳି କନ୍ୟା ,

ମାତି ଉଠୁ ବିଦ୍ରୋହ,

ମନେ ଉଠୁ ପ୍ରତିହିଂସାର ବନ୍ୟା

ତୁମକୁ ତ ହୋଇନି ମନା

ତୁମେ ବି ବିଷକନ୍ୟା 

ନାରୀ ତୁମେ ତ ଅନନ୍ୟା

ଭୁଲି ଯାଅ ନି,

ତୁମେ ସ୍ଵୟଂସିଦ୍ଧା

ତୁମେ ସ୍ଵୟଂସମ୍ପୂର୍ଣ୍ଣl


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics