STORYMIRROR

କଳ୍ପନା ରାୟ

Abstract Others

3  

କଳ୍ପନା ରାୟ

Abstract Others

ନାରୀ ତୋତେ ନମସ୍କାର

ନାରୀ ତୋତେ ନମସ୍କାର

1 min
245


ନାରୀ ତୋର କେତେ ରୂପ

ଆଶ୍ଚର୍ଯ୍ୟ କିନ୍ତୁ ଜୀବନଚରିତ, ଧୈର୍ଯ୍ୟ

ଭ୍ରୂଣରୁ ତୋ ଉପରେ ପଡେ ଚାପ

କଳକଳ ଛଳଛଳ ନଦୀ ପରି

ଭାଇର ଗେହ୍ଲା, ବାପାମାଆଙ୍କ ସର୍ବସ୍ବ

ତୋ ପାଇଁ ଘରଲାଗେ ପୁରିଲାପୁରିଲା

କେତେ ଓଷା ଵାରଵ୍ରତ, ଦଉଡିଡିଆଁ

ରଜ, କୁଆଁରପୁନେଇ, ରାକ୍ଷୀ

ଖାଲି ତୁ ନୁହେଁ, ସଭିଏଁ ତୋ ପାଇଁ ସାକ୍ଷୀ

ନାରୀ, ତୋର କାର୍ଯ୍ୟକଳାପକୁ ନମସ୍କାର


କେତେବେଳେ ସତୀସୀତା, ଦ୍ରୌପଦୀ

ରୂପ ପୁଣି ତାରା, ରାଧିକା, ଋକ୍ମିଣୀ

କେବେ ସହି ସହି ମାଟିରେ ଆଶ୍ରୟ ତ

କେବେ ନେଉ ଦୁର୍ଗା, ଚଣ୍ଡୀ,କାଳୀ, ରୂପ

କେବେ ପୁଣି ପତ୍ନୀ, ପ୍ରେମିକା ହୋଇ ଚୋରାଉ ମନ

ସହନଶୀଳତା ଗୁଣ ତୋର ଅମୂଲ୍ୟ ଧନ

ନାରୀ, ତୋତେ ଶତ ଶତ‌ ପ୍ରଣାମ


ମାଆ ରୂପେ ତୁହି ମମତାମୟୀ

ଭଗିନୀ ରୂପରେ ଭାଇ ଦୁଃଖ ନେଉ

ଜାୟା ରୂପରେ ତୁ ସଂସାରକର୍ତ୍ତୀ

ପ୍ରେମିକା ଭାବରେ ରାଧାନାମ ନେଉ

କେବେ ସାଧିକା ରୂପରେ ଶବରୀ ହେଉ

ସମାଜ ସଂସ୍କାରରେ ମାଆ ରମାଦେବୀ

କେବେ ଶର୍ମିଷ୍ଠା ରୂପରେ ଦେଖାଉ ଵହ୍ନି

ପାଣିରେ ବୁଡୁ ତୁ ଆକାଶେ ଉଡୁ

କିଏ କଳିପାରେ ପରିଧି ତୋର

ସର୍ଵସହଣୀ ନାରୀ, ତୋତେ ନମସ୍କାର


ଅତ୍ୟାଧୁନିକ ନାରୀ,ନଚାଉଛି ଆଙ୍ଗୁଠିଅଗରେ

ମିଛସତ ନାନା ଫନ୍ଦି,ଆଇନଟା ତା ଆଡ଼େ

ସୃଷ୍ଟି ଶକ୍ତି ଅଛି ବୋଲି, ସଂସାର କରି

ସ୍ବାମୀ, ଶାଶୁଶ୍ୱଶୁରଙ୍କୁ ଭାବେ ଵଇରୀ

ଅମୃତର ସୃଷ୍ଟି ସିଏ ବିଷ ଉଦ୍ ଗାରୀ

ଗାନ୍ଧୀଙ୍କ ଧର୍ମଘଟ ନା'କୁ ଧରି

ନମନୀୟ, ସାବଲୀଳ ଗୁଣକୁ ଛାଡି

ହାତେ ସିଏ ଟେକି ଧରେ ବିଦ୍ରୋହ ଛଡି

ତ୍ୟାଗ ନୁହେଁ ଭୋଗ ତାର ଆଚାର

ନାରୀ, ତୋତେ କୋଟି ନମସ୍କାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Abstract