STORYMIRROR

Pranati Mahapatra

Inspirational Abstract Others

3  

Pranati Mahapatra

Inspirational Abstract Others

ନାରୀ ସିଏ ଜଗନ୍ମାତା

ନାରୀ ସିଏ ଜଗନ୍ମାତା

1 min
27K


ସୁଧାର ଆଣିବା ପାଇଁ ଏ ଜଗତେ

     ଧରିଲି କଲମ ମୁହିଁ,

ଅନ୍ୟାୟ,ଅସତ୍ୟ,ଅଧର୍ମ ପଥରେ

    (କେବେ) ନ ଯାଅଭଉଣୀ ଭାଇ ।

ବଢି ଚାଲିଛି ଏ ଜଗତଟା ସାରା

       ନାରୀ ପରେ ଅତ୍ୟାଚାର ,

ବିବାହ ବେଦୀରୁ ବର ଉଠି କରେ

      ଯୈ।ତୁକର ବଳାତ୍କାର।                       

ଝିଅ ନାଁ ଶୁଣି ଗର୍ଭରୁ ମାରୁଛି

      କରେ ସଦା ହୀନିମାନ,

ଅସୁନ୍ଦର କହି ଘରୁ ତଡିଦିଏ

      ହୋଇ ଯେ ବିବେକହୀନ।

କର୍ଣ୍ଣଖୋଲି ଥରେ ଶୁଣିରଖ ଏବେ

     ନାରୀ ଯେ ସୃଷ୍ଟି କାରିଣି,

ସର୍ବଂସହା ପୁଣି,ସ୍ନେହମୟୀ ସିଏ

      ଆଉ ଦୁଷ୍ଟ ସଂହାରିଣୀ।

କଳିର କଳ୍ମୁଷ ନାଶ କରି ହେବ

    ଜଗତେ ଜଗତଜିତା,

ନାରୀ ନୁହେଁ କା'ର ପାଦର ପାଣ୍ଡୋଇ

    ନାରୀ ସିଏ ଜଗନ୍ମାତା।

ଯେ ଜନ ନାରୀଙ୍କୁ ଜନନୀ ବିଚାରି

     ଦେଉଥାଏ ସନମାନ,

ଜୀବନଟା ତା'ର ସାର୍ଥକ ହୁଅଇ

    ସୁଖେ ବିତେ ରାତିଦିନ ।

         

  ପ୍ରଣତି ମହାପାତ୍ର

     ବାଲେଶ୍ୱର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational