Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ନାରୀ ଶକ୍ତି ସ୍ବରୂପିଣୀ

ନାରୀ ଶକ୍ତି ସ୍ବରୂପିଣୀ

1 min
13


ଅସମ୍ଭବ କରେ      ସମ୍ଭବ ବିଶ୍ବରେ

     ନାରୀ ଶକ୍ତି ସ୍ବରୂପିଣୀ

ନିଷ୍ଠା ପରାକାଷ୍ଠା     ଅନ୍ତର୍ଗତେ ଯାର

    ଧର୍ଯ୍ୟ ତ୍ୟାଗ ବିଭୂଷିଣୀ ।


ସୁଗୁଣ ସମ୍ପୂର୍ଣ୍ଣ       ଯଶ ଆଭୂଷଣ

    କୀର୍ତ୍ତି ରଖିଛନ୍ତି ମର୍ତ୍ତ୍ୟେ

ଶିକ୍ଷାର ଜ୍ୟୋତି କୁ ଜାଳି ଦେଇ ଛନ୍ତି

   ସାବିତ୍ରୀ ବାଈଯେ ହିତେ ।


ଶିକ୍ଷାରୁ ବଞ୍ଚିତ     ନାରୀଙ୍କର ଥିଲା

    ଥିଲା ରୂଢିବାଦୀ ନୀତି

ବାଲ୍ୟ ବିଭା ଥିଲା  ଥିଲା ଜାତି ଭେଦ

    କରିଲେ ଦୂର ଦୁର୍ନୀତି ।


ପ୍ରଥମ ମହିଳା      ଶିକ୍ଷକ ରାଷ୍ଟ୍ରର

     ସ୍ମୃତି ଯାର ଗୁଞ୍ଜୁ ଅଛି

ନାରୀ ଶକ୍ତି ନିଷ୍ଠା   ଅବର୍ଣ୍ଣନୀୟ ହେ

     ଗର୍ବିତ ବିଶ୍ବେ କରୁଛି ।


ଜନନୀ ଭଗିନୀ    ଜାୟା ରୂପ ଧରି

     ଧରଣୀରେ ଆବିର୍ଭାବ

କର୍ତ୍ତବ୍ୟ ପଥରୁ      ନାହିଁ ବିଚଳିତ

    ରଖେ ସ୍ନେହ ଶ୍ରଦ୍ଧା ଭାବ ।


ସଂଘର୍ଷର ବଳୁ   ଦେଖ ଆଜି ରାଷ୍ଟ୍ରେ

    ମହିଳା ଯେ ରାଷ୍ଟ୍ରପତି

ଦ୍ରୌପଦୀ ନାମରେ   ବାନା ଉଡୁ ଅଛି

    ଏହିତ ରାଷ୍ଟ୍ରର କୀର୍ତ୍ତି ।


ଇତିହାସ ପୃଷ୍ଠା    ଦିଏ ଟି ସଂକେତ

   ନାରୀ ଯହୁଁ ଶକ୍ତି ରୂପା

ନୂଆ ଭାରତର    ଅମୃତ କାଳରେ

    ଅର୍ଥମନ୍ତ୍ରୀ ଯେ ସ୍ବରୂପା ।


ନାମ ଯେ ନିର୍ମଲା   ଚରିତ୍ର ନିର୍ମଳ

    ଅର୍ଥ ତନ୍ତ୍ର ତାଙ୍କ ହସ୍ତେ

କର୍ତ୍ତବ୍ୟେ ଭୂଷିତ  ନାରୀ ଜ୍ଞାନ ରୂପା 

    ଗୁଞ୍ଜୁଛି ନାମ ଗର୍ବିତେ ।


ପ୍ରେରଣାର ସ୍ରୋତ ରାଷ୍ଟ୍ର ଯୁବତୀଙ୍କ

    ଆଗୁଆ ସର୍ବଦା ନାରୀ

ଅପରାଜିତାର     ସୁଗନ୍ଧ ସିଞ୍ଚନ୍ତି

    କର୍ତ୍ତବ୍ୟ ଅସ୍ତ୍ରକୁ ଧରି ।


ଟୋପାଏ ସିନ୍ଦୂର ଦି'ପଟ ଶଙ୍ଖାରେ

   ଦେଇ ସ୍ନେହ ଶ୍ରଦ୍ଧା ପ୍ରୀତି

ସତ୍ୟଧର୍ମ ତ୍ୟାଗ କର୍ମକ୍ଷେତ୍ରେ ଲୟ

    ପୂଜାରିଣୀ ପୁନ୍ୟବତୀ ।


ଗୃହେ ଗୃହଲକ୍ଷ୍ମୀ ରାଷ୍ଟ୍ରେ ଶକ୍ତିରୂପା

  ନାରୀ ଯେ କରୁଣାମୟୀ

ପ୍ରୀତି ଫଗୁଣର ସୁଶୀତଳ ଜ୍ୟୋସ୍ନା

   ମହିଳା  ମମତାମୟୀ ।


ଛାର ଏ ଅଧମ   ବର୍ଣ୍ଣିବ କି ପରି

   ଭାଷା ଆଉ ମିଳୁ ନାହିଁ

ସର୍ବୋପରି ଯାର ମହିମା ବ୍ରହ୍ମାଣ୍ଡେ

   ତାର ପରି କିଏ କାହିଁ ।


Rate this content
Log in

Similar oriya poem from Abstract