ନାରୀ ସେ ତ ନାରାୟଣୀ
ନାରୀ ସେ ତ ନାରାୟଣୀ
ନାରୀ ସେ ଅଟଇ ମାନବ ରୂପୀ ନାରାୟଣୀ
କେବେ ଝିଅ କେବେ ଭଗିନୀ କେବେ ସେ ସ୍ନେହମୟୀ ଜନନୀ l
ନାରୀ ହିଁ ତ ଧୈର୍ଯ୍ୟର ସୀମାହୀନ ସାଗର
ଉପସ୍ଥିତେ ଯା'ର ସଂସାର ସ୍ଥିତ ତୁଳନା ନାହିଁ ତାହାର ା
ସେ ହିଁ ତ ମାଁ ସ୍ନେହମୟୀ ଠାକୁରାଣୀ
ଭାଷା କାହିଁ ବର୍ଣିବାକୁ ତା'ର ମମତାର କାହାଣୀ ା
ଗର୍ଭରୁ ଯା'ର ସାରା ସଂସାର ହୋଇଛି ଜାତ
ତାହାରି ଲାଗି ହିଁ ତ ବଞ୍ଚି ରହିଛି ମାନ ଓ ମହତ ା
ଝିଅ ରୂପେ ସିଏ ମହକାଇ ଦିଏ ବାପ ଘର
ଝିଅ ରୂପେ ଲକ୍ଷ୍ମୀ ପାଇ ଖୁସି କହିଲେ ନ ସରେ ବାପ ମାଆର ।
ଝିଅ ସେତ ଅଳି ଅଳି ଚାନ୍ଦ ମୂହେଁ ହସ ଖିଲି ଖିଲି
ସତ ଚେଷ୍ଟା କରେ ସଂସାରେ ହସ ଟିକେ ବୁଣିବ ବୋଲି ା
ଦୂହିତା ସେ ତ ଦୁଇ କୂଳକୁ ହିତା
ବାନ୍ଧିଥାଏ ସଂସାରେ ନବ ସଂପର୍କର ସୂତା
ଝିଅରୁ ବୋହୂ ହୋଇ ଯାଏ ଶାଶୂଘର
ସବୁ ପରିସ୍ଥିତେ ଭିଡି଼ ଅଣ୍ଟା ବନାଏ ସୁନାର ସଂସାର ା
ହେ ମାନବ ଏତିକି ଅନୁରୋଧ ରଖ ଦୟାନିଧି ର
ସମ୍ମାନ ଦିଅ ନାରୀ ଜାତିକୁ କେବେ ଭ୍ରୂଣ ହତ୍ୟା ନ କର ା