ନାରୀ ଓ ସମାଜ
ନାରୀ ଓ ସମାଜ
କଳ୍ପନାଟି ବୃଥା ମାନବ ସମାଜ
ନାରୀ ବିନୁ ଏହୁ ଭବେ
ହୁଏ ତାଙ୍କ ଦ୍ବାରା ମନୁଷ୍ୟ ସୃଜନୀ
ସମ୍ମାନ ରଖିବା ସର୍ବେ
ହେଉ ଅବା ପୁତ୍ରି ଅବା ହେଉ ପତ୍ନୀ
ହେଉ ଅବା ସେ ଜନନୀ
ନାରୀ ପରା ଯହିଁ ଜେଜେମା ଅଟନ୍ତି
ଭକ୍ତି ରଖିବା ହେ ଜ୍ଞାନୀ।
ବୈଦିକ ବିବାହ ରହିଛି ତହିଁରେ
ରହିଛି ପ୍ରେମ ବିବାହ,
ଦାମ୍ପତ୍ୟ ଜୀବନେ ପଦାର୍ପଣ କରେ
ହୋଇଣ ତହିଁ ଉତ୍ସାହ
ସ୍ବାମୀ ପ୍ରେମବଳୁ ଗର୍ଭବତୀ ହୁଏ
ଶିଶୁ ଗର୍ଭେ ଧରିଥାଏ,
ଅତି କଷ୍ଟକର ଗର୍ଭର ଯନ୍ତ୍ରଣା
ବେଦନାକୁ ସହିଯାଏ।
ଦେଇଣ ଜନମ କରେ ଟି ପାଳିତ
ସମାଜ ନିର୍ମାଣ ପାଇଁ,
କେତେ କଷ୍ଟଭୋଗେ ମନୁଷ୍ୟଗଠନେ
କିଏ ବା ଜାଣିବ କାହିଁ
ହେଉ ଜ୍ଞାନବନ୍ତ ସନ୍ତାନ ତାହାର
ଚିନ୍ତା ତା'ର ଥାଏ ତହିଁ,
ସମାଜେ ହେଉରେ ଭଲ ମନୁଷ୍ୟଟି
ରାଷ୍ଟ୍ରର ନିର୍ମାଣ ପାଇଁ।
ସୃଷ୍ଟିକର୍ତ୍ତାଙ୍କର ସୃଜନୀଟି ସୃଷ୍ଟି
କାହିଁ ପଟ୍ଟାନ୍ତର ନାହିଁ
ମାନବ ସମାଜେ ନାରୀ ଶୁତ୍ରଧାର
ପ୍ରଭୁଙ୍କ ଭିଆଣ ତହିଁ
ଦୁର୍ଲଭ ଜୀବନ ମନୁଷ୍ୟ ଜୀବନ
ଜନ୍ମ ନାରୀ ଗର୍ଭୁ ଏହିଁ।
ପୂଣ୍ୟ ବଳୁ ମିଳେ ନର ଜନ୍ମ ଯହିଁ
ନାରୀ ଗର୍ଭୁ ଜନ୍ମ ତା'ର
ସମାଜ ଏହୁରେ ନାରୀ ଜାତି ଯୋଗୁଁ
ବିଶ୍ବ ସମାଜ ସୃଷ୍ଟିର।
ମନୁଙ୍କ ବଚନ ନାରୀ ଶକ୍ତିରୂପା
ହେଉ ସମ୍ମାନ ତାଙ୍କର
ନାରୀର ଆଦର ଯେଉଁ ସ୍ଥାନ ଥାଏ
ବାସଟି ଦେବତାଙ୍କର।
ହିନ୍ଦୁ ଶାସ୍ତ୍ର ପରା ବ୍ୟାସକବିଙ୍କର
ସ୍ଥାନ ଶ୍ରେଷ୍ଠ ନାରୀଙ୍କର
ସନାତନ ଧର୍ମେ ନାରୀ ସର୍ବୋପରି
ମୁନି ଋଷିଙ୍କ ବିଚାର
ଭକ୍ତି ପ୍ରୀତି ରହୁ ସମ୍ମାନେ ତାଙ୍କର
ବିଭିନ୍ନ ରୂପ ନାରୀର
ହେଉ ଯେଉଁ ରୂପ କରିବା ଆଦର
କର୍ତ୍ତବ୍ୟ ଅଟେ ଆମର।
