Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ନାରୀ ଓ ପୁରୁଷ

ନାରୀ ଓ ପୁରୁଷ

1 min
327


ପୂଣ୍ୟ କର୍ମ ବଳୁ ମନୁଷ୍ୟ ଜୀବନ

କରିଛନ୍ତି ସୃଷ୍ଟିକର୍ତ୍ତା   

ସମାଜ ନିର୍ମାଣେ ନରନାରୀ ଭବେ

ଜାତ କଲେ ବିଶ୍ବକର୍ତ୍ତା ।


କରିଲେ ଭୂଷିତ ଦେଇ ସବୁ ଗୁଣ

ମନୁଷ୍ୟ ସମାଜ ପାଇଁ

ଦେଇ ସବୁ ଶକ୍ତି ସମ୍ପନ୍ନ କରିଲେ

ମନୁଷ୍ୟ ସୃଜନେ ଭୁଇଁ ।


ବୈଦିକ ବିବାହ ଜଡ଼ିତ କରିଲେ

ସଙ୍ଗରେ ପ୍ରେମ ବିବାହ,

ତହିଁ ଶାରୀରିକ ସମ୍ବନ୍ଧ ମନୁଷ୍ୟେ

ଦାମ୍ପତ୍ୟ ପ୍ରେମ ଉତ୍ସାହ ।


ସନ୍ତାନ ସଞ୍ଚାର ନାରୀ ଗର୍ଭେ ତହୁଁ

ନାରୀ ପୁରୁଷ ସମ୍ବନ୍ଧୁ

ଦଶ ମାସ ଧରେ ଗର୍ଭରେ ସନ୍ତାନ

ଦୁହେଁତ ପ୍ରାଣର ବନ୍ଧୁ ।


ନାରୀ ଓ ପୁରୁଷ ଯୋଗୁଁ ଏସଂସାର

ସୃଷ୍ଟିକର୍ତ୍ତାଙ୍କ ଭିଆଣ

ମାନବ ସମାଜ ଅଙ୍କୁରିତ କଲେ

ନାରୀ ପୁରୁଷ କର୍ମେଣ ।


ପାଳନ୍ତି ସନ୍ତାନେ ନିଜ ସୁଖ ଭୁଲି

ଶିକ୍ଷିତ କରନ୍ତି ତାରେ,

ସମ ବ୍ୟବହାର ପୁତ୍ର ଓ ପୁତ୍ରିଙ୍କୁ

ନାହିଁ ଭେଦଭାବ କାରେ ।


ଗୃହର ସଂସ୍କାର ସତ୍ୟ ତ୍ୟାଗ ପ୍ରୀତି

ଦିଅନ୍ତି ସନ୍ତାନେ ତାଙ୍କ

ଭକ୍ତି ସେବା ଧର୍ମ ଜ୍ଞାନ ଭରୁ ଥାନ୍ତି

ଥାଏ ବଳିଦାନ ଅଙ୍କ ।


କର୍ମଜ୍ଞାନ ନିତ୍ୟେ ସନ୍ତାନେ ଦିଅନ୍ତୁ

ନାରୀ ଓ ପୁରୁଷ ଦୁହେଁ

ଦୁଇ ଆତ୍ମା ହୁଏ ଏକ ଆତ୍ମା ଯହୁଁ

ପ୍ରେମ ଭାବ ଥାଏ ମୁହେଁ ।


ବରାବର ଭାବ ଗୃହରେ ରଖନ୍ତି

ଥାଏ ସେବା ଭାବ ତହିଁ

ପିତୃମାତୃସେବା ଗୃହରେ କରନ୍ତି

ସନ୍ତାନ ଦେଖନ୍ତି ଯହିଁ ।


ଥାଏ ପ୍ରେମଭାବ ପ୍ରତିପୋଷଣରେ

ନାରୀ ପୁରୁଷଙ୍କ ଦୁହେଁ,

କରିଛି ବିଧାତା ପତିପତ୍ନୀ ତାଙ୍କୁ

ସମାଜ ନିର୍ମାଣ କର୍ମେ ।


ଅତିଥି ସତ୍କାର ଧର୍ମ ଗୃହସ୍ତରେ

ଦୁହେଁ କରୁଥାନ୍ତି ନିତି

ପ୍ରଭୁ ଜଗନ୍ନାଥେ ଭକ୍ତି ରଖିଥାନ୍ତି

ଅନାଦି ଅନନ୍ତେ ପ୍ରୀତି ।


ବ୍ରହ୍ମାଣ୍ଡ ସମାଜ ମନୁଷ୍ୟ ସମାଜ

ନାରୀ ଓ ପୁରୁଷ ବଳୁ,

ସବୁତ ଭିଆଣ ସୃଷ୍ଟିକର୍ତ୍ତାଙ୍କର

ଦୁର୍ଲ୍ଲଭ ଜୀବନ କୋଳୁ ।


Rate this content
Log in

Similar oriya poem from Abstract