STORYMIRROR

Snigdha Nayak

Fantasy Others

2  

Snigdha Nayak

Fantasy Others

ନାରୀ ନୀର

ନାରୀ ନୀର

1 min
148

ମୁଁ ରୂପେଶୀ ମୁଁ ଉର୍ବଶୀ

ବହୁରୂପୀ ସୁମୁଖୀ ସୁକେଶୀ।।


ମୁଁ ଅସରନ୍ତି ଧାରା ଶ୍ରାବଣ

ମୁଁ ହିଁ ଜୀବନ ମୁଁ ହିଁ ମରଣ

ମୁଁ ସାଗର ମୁଁ ବେଳା

ମୁଁ ତୁମ ସ୍ମୃତି ର ଶାମୁକା

ମୁଁ ତୁମ ଜୀବନ ନାୟିକା।।


ପୁରୁଷ ର ପୌରୁଷ ମୁଁ

 ମୁଁ ଜୀବନ ର ଏନ୍ତୁଡ଼ିଶାଳ 

ମୁଁ ସଞ୍ଜ ମୁଁ ସକାଳ

ମୁଁ ଦାରିଦ୍ର୍ୟମୁଁ ଐଶ୍ଵର୍ୟ

ମୁଁ ତୁମ ଜୀବନ ର ଅଭିନୟ

ମୁଁ ତୁମ ର ଶେଷ ପରିଚୟ।।


ହେ ନାରୀ

ତୁମେ କି ଏକ ଦିଗହରା ନୀର

ସାଗର ର ସାନିଧ୍ୟ ଆଶାରେ

ଅବିରଳ ଯାଉଛ ଗୋ ବହି

ନାରୀ ଅବା କି ତୁମେ ନୀର

ମିଶି ଯିବା ପାଇଁ କି ଆତୁର।।


କ୍ଷୀର, ନୀର,ମଦିରା ସାଥିରେ

ମିଶି ହଜି ଖୋଜୁଛ ନିଜକୁ

ସେ ଅଶାନ୍ତ ସାଗର ବୁକୁରେ

ହେ ମୋର ରୂପେଶୀ ନାୟିକା

ତୁମେ ହିଁ ଲକ୍ଷ୍ମୀ ତୁମେ ହିଁ ସାରଦା

ତୁମେ ହିଁ ନାଵ ତୁମେ ହିଁ ନାବିକା

ନା ତୁମେ ବାଲିଘର ନା ତୁମେ ମରୀଚିକା

ଖୋଜି ବୁଲ କାହା ପରିଚୟ

ସବୁ ତ ତୁମେ ସବୁ ତ ତୁମର।।


ତୁମେ ନାରୀତୁମେ ନୀର

ଖୋଜିବୁଲ କି ପାଇଁ ହୋଇ ଦିଗହରା

ତୁମେ ବଂଶୀତୁମେ ସାତସୁର

ହେ ରୂପେଶୀ, ଉର୍ବଶୀହେ ରାଧା

ତୁମେ ଛାନ୍ଦ ତୁମେ କବିତା

ତୁମେ ନୁହଁ ଏକ ଛଳନା

ତୁମେ ଯେ ସ୍ରଷ୍ଟା ର କଳନା

ତୁମେ ତ ସୃଷ୍ଟି ର ଏକ ମଧୁର ମୂର୍ଚ୍ଛନା

ତୁମେ ହିଁ ତ ଜୀବନ

ତୁମେ ହିଁ ତ ମରଣ 

ବୁଝେ ମୁଁ ତୁମ ଅଭିନୟ

ଲୋଡ଼ା ନାହିଁ ଗୋ ତୁମ ପରିଚୟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy