ନାରୀ ଜାତି ଚାରି
ନାରୀ ଜାତି ଚାରି
ଯୁଗେ ଯୁଗେ ତୁମ ଲୀଳା ବିଚିତ୍ର
ବିଷ୍ଣୁଙ୍କ ପରି ତୁମ ଅବତାର,
ଚାରି ଯୁଗେରେ ଯେପରି ବିଷ୍ଣୁ
ଚାରି ଅବତାର ନେଲା ପରି
ଗୋଟିଏ ଯୁଗରେ ତୁମେ
ଚାରି ଅବତାର ନେଇଥାଅ l
ବ୍ରହ୍ମାଙ୍କ ପରି ତୁମେ କେତେ ଯତ୍ନରେ
ଏ ଧରାକୁ ସୃଷ୍ଟି କରିଛ,
ବିଷ୍ଣୁଙ୍କ ପରି ତୁମେ
ବାତ୍ସଲ୍ୟ ମମତା ଦେଇ
ଲାଳନ ପାଳନ କରୁଛ,
ମହେଶ୍ୱରଙ୍କ ପରି ନିଜେ
କ୍ରୋଧିତ ହୋଇ ତୁମେ
ଶତ୍ରୁକୁ ମଧ୍ୟ ସଂହାର କରୁଛ l
କେତେବେଳେ ମାଆ ରୂପେ
ପାଇଥାଅ ପୂଜା ,
ପୁଣି କେତେବେଳେ
ଦୁଇ କୂଳକୁ ହୋଇଥାଅ ହିତା
କେତେବେଳେ ତୁମେ ଭଗିନୀ
ହୁଅ ତ, ଆଉ କେତେବେଳେ
ଜାୟା ତୁମେ ସାଜିଥାଅ l
ତୁମର ରୂପ ଅନନ୍ୟା
କେତେବେଳେ ତୁମେ କେଉଁ
ରୂପରେ ପୂଜା ପାଇଥାଅ
ଧନ୍ୟ ତୁମର ରୂପ
ଧନ୍ୟ ତୁମର ଲୀଳା,
ଧନ୍ୟ ତୁମର ପବିତ୍ରତା
ଧନ୍ୟ ତୁମର ପତିବ୍ରତା
ଧନ୍ୟ ତୁମେ ନାରୀ
ଆସିଥାଅ ଧରାକୁ ତୁମେ
ଚାରି ରୂପ ଧରି l
