ନାରୀ ହିଁ ନାରୀର ବଇରୀ
ନାରୀ ହିଁ ନାରୀର ବଇରୀ
ନୁହେଁ ସେହି ଅରି, ନାମ
ପରା ତାର, ନାରୀ
ଅଟେ ସେ ପ୍ରଥମ ଶିକ୍ଷୟତ୍ରୀ,
ସମାଜର ଶିରୀ ।
ଦୁଇ କୁଳର ହିତା, ତେଣୁ ସେ
ଯେ ନାମିତ ଦୁହିତା
ସ୍ନେହ ପ୍ରୀତି ବଳେ ହୁଏ ସେ
ସଦା ଜଗତ ଜିତା ।
ନିଜ ରକ୍ତ ଦେଇ ସେ ଅମୃତ
ଦିଅଇ ଶିଶୁଙ୍କୁ
କାହିଁକି, କିପରି, କହୁଛ
ଦୁର୍ବଳା ସେମାନଙ୍କୁ ।
କୁହ ସର୍ବଦା ନାରୀର ବାସ
ସ୍ଥାନ ଥାଏ ଯେଉଁଠି
ସଦା ଦେବ ଦେବୀଙ୍କର ପରା
ବାସ ସେଇଠି ।
ଆସେ ଯେତେ ପରୀକ୍ଷା
ଜୀବନେ ପୁରୁଷର
ସଦା ପ୍ରଦର୍ଶନ କରେ ନାରୀ
ଉପଯୁକ୍ତ ପଥର ।
ଯୁଗେ ଯୁଗେ ନାରୀ ସର୍ବ
ବିଦ୍ୟା ଅଳଂକୃତା
ଟଙ୍କାର ଦୁଇ ପାର୍ଶ୍ୟ, ଥିଲା
ନାରୀର ସ୍ୱାଧୀନତା ।
ଆଧୁନିକ ନାରୀ ବିଦ୍ୟା,
ବୁଦ୍ଧିରେ ତ ଅଗ୍ରଣୀ
ବିଭିନ୍ନ କ୍ଷେତ୍ରରେ ହୋଇ
ନିଯୁକ୍ତି, ହୁଏ ଗୃହିଣୀ ।
କି ହେଲା, କାହିଁକି ହେଲା,
ସମାଜ କଳୁଷିତ
ନାରୀକୁ ଉପଭୋଗ୍ୟା ରୂପେ
କଲା ବ୍ୟବହୃତ ।
ନିର୍ଯାତନା ବଢିଲା, ହରାଇଲା
ସମାଜ ମାନବିକତା
ବାଲ୍ୟ ବିବାହ, ବିବାହ ଏକ ଫାଶ
ଓ ଯୈ।ତୁକପ୍ରଥା।
କହୁଛେ, ଶିକ୍ଷିତ ସମାଜ, ମିଳେନି
ନାରୀକୁ ସ୍ୱତନ୍ତ୍ରତା
ମମତାମୟୀ ନାରୀ ହେଉଛି ଲୁଣ୍ଠିତା
ସେହିଁ ନିର୍ଯ୍ୟାତିତା।
ନାରୀ ପାଉଛି ଦୁର୍ଦ୍ଦଶା, ସମାଜ
ହୋଇଛି କଳୁଷିତ
ସୁରକ୍ଷା ସୁଯୋଗ ସୁବିଧା ସ୍ୱାଧୀନତା
ତାର ହୁଏ ବିଲୁପ୍ତ ।
ପୁରୁଷ ପ୍ରାଧାନ୍ୟ ବଂଶ ଅଭିଜାତ୍ୟରେ
ନାରୀ ନୁହେଁ ସୁରକ୍ଷିତ
କନ୍ୟାଭ୍ରୂଣ ହତ୍ୟା, ନାରୀ ନିର୍ଯ୍ୟାତନା
ଅପହରଣର ନିତ୍ୟ ଖବର ମଣ୍ଡିତ ।
ନାରୀ ଅର୍ଦ୍ଧାଙ୍ଗିନୀ ପୁରୁଷର ସାଥୀ
ସୁଖରେ ଦୁଃଖରେ
ଦେଖାଏ ତାହାକୁ ପଥ ଜାୟା ହୋଇ
ସ୍ନେହ ପ୍ରୀତି ପରଶରେ ।
ନାରୀ ଓ ପୁରୁଷ ଦୁଇ ଡେଣା ବିକାଶ
ରୂପୀ ପକ୍ଷୀର
କିପରି ଭୁଲୁଛ, ବିକାଶ ହେବ ମଜଭୁତ
ହେଲେ ଦୁଇ ପାର୍ଶ୍ୱର ।
ହେଉ ଶିକ୍ଷିତା, ନାରୀ ହୁଏ ନିର୍ଯ୍ୟାତିତା
ନାରୀ ହିଁ ନାରୀର ବଇରୀ
ନାରୀହିଁ ଜାଗିଲେ ନାରୀର ହୋଇବ
ସୁରକ୍ଷା, ନାରୀଙ୍କୁ ଏକତ୍ରିତ କରି ।
ଯେଉଁ ଦିନଯାଏ ପୁରୁଷ ନାରୀକୁ ଦେଇନି
ତାର ନାର୍ଯ୍ୟ ଅଧିକାର
ସେହିଦିନ ଯାଏ ବିକାଶ ହେବନି ଜାଣ
କୌଣସି ସମାଜର ।
