STORYMIRROR

Rajashree Acharya

Abstract

2  

Rajashree Acharya

Abstract

ନାରୀ ! ଏବେ ବି

ନାରୀ ! ଏବେ ବି

1 min
388

କେବେ ରାଧା ତ କେବେ ରୁକ୍ମଣୀ

କାହାକୁ ଲାଗେ ପ୍ରେମ ବାଧା ତ କାହା ବିନା ପ୍ରେମ ଅଧା


ନାରୀ ଜାତି ସବୁ ଶିଖିଛି

ତ୍ୟାଗ ଦେଇବି ଯାଇଛି

ଉପଭୋଗ କରିବାର ସ୍ୱାଦ ବି ଚାଖିଛି

ରାତିର ଛପି ଅଧା ଜହ୍ନ ପାଖେ ବ୍ୟଥା ବାଣ୍ଟି କଥା କହିଛି


କୋହ ଚାପି ଲୁହ ପିଇ 

ଦୁନିଆ ଆଗରେ ନ୍ୟାୟ ପାଇବାର ଯେଉଁ କଷ୍ଟ ସେ କଥା 

ପୁରୁଷ ସମାଜ ର ମାନସ ରେ ବୋଧଗମ୍ୟ କେବେ ହେଁ ନୁହେଁ

ଆଜି ଯାଏ କେବଳ ନାରୀ ତା ର ପିନ୍ଧା ଲୁଗା ,

ଆତ୍ମା କାୟା ଛାଡେ, ପୁରୁଷ ନିଜ ପ୍ରତିଜ୍ଞା ବର୍ଜେ


ନା ସେବେ ନା ଏବେ

ଧର୍ମ ପାଦ କଟି କାଟି ଆସେ

ନିଜ ହାତେ ମଣିଷ ନିଜ ପୃଥିବୀ ନାଶେ


ଏମିତି କେତେ ରାଧା କେତେ ରୁକ୍ମଣୀ

କେତେ ସୀତା ଏବେ ବି ବଂଚିଛନ୍ତି

କେବଳ ବଂଚିବା ପାଇଁ

ଜୀବନ ଜୀଇଁବା ପାଇଁ ନୁହେଁ


କୁହାଯାଏ ରାତି ଗଲା 

କଥା ସରିଲା

ହେଲେ କଥା ସରିବା ପାଇଁ 

ଆରମ୍ଭ କାହିଁ କରିବା

ରାତି କାହିଁ ସାରିବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract