STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ନାରୀ ଦେବୀ

ନାରୀ ଦେବୀ

1 min
185


ଢ଼ୋକି ଦେଇ ଅନେକ ଯନ୍ତ୍ରଣା

ସ୍ବପ୍ନ ଦେଖେ ଘର ଓ ଘରକରଣା

ଆଖିରେ ସ୍ନେହର ଅଞ୍ଜନ କରୁଣା

ଓଠରେ ମହୁଝରା ହସର ଝରଣା

କଥାରେ ଅମୃତ ଢାଳୁଥାଏ ତିନିଗୁଣା

ଢ଼ୋକି ଦିଏ ସାଙ୍ଗ ସାଥି ପିଲାଦିନ

ବାପାମାଆ ଭାଇବନ୍ଧୁଙ୍କ ଆଛାଦିନ

ସ୍ମୃତିର ଗଣ୍ଠିଲି ପେଡି ପୁଟୁଳି ମନ ଧନ 

ଫିଙ୍ଗି ଦେଇ ନିଜକୁ ନିଜ ଇଛାର ମନ

ତୁପ୍ତି ଅତୃପ୍ତିର ଗଣ୍ଠିଲି ଧନ ଧରି ନିବେଦନ

ମନା ସ୍ବପ୍ନ ଦେଖି କରିବାକୁ ଅରଣ୍ୟ ରୋଦନ

ସମାପିକା ସାଜେ ପୋଡି ଦେଇ ସମ୍ବେଦନ

ପ୍ରତିବଦଳରେ ସ୍ନେହ ପ୍ରେମ ଟିକେ ଭଲପାଇବା

ପଣତରେ ଚାବି ନୁହଁ ତା ମନ ବୁଝିବା

ଆଶା ନିରାଶା ସମୁଦ୍ରରେ ସହ ସାଥି ହେବା

 ତା ପାଉଁଜି ସ୍ଵରେ ସଂସାରେ ସଂସାରୀ ବନିବା

କଷ୍ଟ ସବୁକୁ ଅଶ୍ରୁ ନଦୀରେ ଢାଳି

ପରିବାର ମଙ୍ଗଳ ମନାସି ଅଖଣ୍ଡ ଦୀପ ଜାଳି

ନିଜେ ଜଳି ଅନ୍ୟର ଜଳିବା ଲିଭାଏ ପଞ୍ଚାମୃତ ଢାଳି

କାଇଁଚ କଉଡ଼ି ରୁଦ୍ରାକ୍ଷକୁ ଗୁନ୍ଥି ମାଳ ସାଜି ମାଳି

ନିଜ ପରିବାର ମନ୍ଦିରରେ ଦେବୀ ଅମୃତ ବର୍ଷା ଢାଳି

ଶୁଭ ମନାସେ ଶ୍ରୀମନ୍ତିନୀ ସୁହାଗିନୀ ବାଳି

ଥରେ ସ୍ନେହ ମମତାରେ ବୁଝି ତା ଅଳି ପକା ହୁଳହୁଳି

ନାରୀ ଦେବୀ ଏ ଯୁଗେ ଅବତାରେ ଅବତରୀ କଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract