STORYMIRROR

Pramodini Parichha

Tragedy

4  

Pramodini Parichha

Tragedy

ନାରୀ ଅନ୍ତଃସ୍ବର

ନାରୀ ଅନ୍ତଃସ୍ବର

1 min
345

ନାରୀ ହୃଦୟର ନିଗିଡା କୋହରେ

ଥରୁଛି ସଂସାର ଆଜି

କେବେ କେଉଁ ରୂପେ ଆସିବ ଦୁର୍ମତି

ଲୁଟି ନେବ ସ୍ବପ୍ନରାଜି ।


ସରଳ କୋମଳ ନିଷ୍ପାପ ହୃଦୟ

ତରଳୁଛି ଲୁହାପରି

କେମିତି ସବିବ ମାତୃ ଜାତି ଏହା

ହୃଦୟ ହୁଏ ଭଗାରି ।


ଆଦ୍ୟ ଶୈଶବର ପହିଲି ସପନ

ପିଞ୍ଜରାରେ ଯାଏ ସରି

ବିଲ ବଣ ତୋଟା କାହୁଁ ସେ ବୁଲିବ

ଅଭାଗିନୀ ଯାଏ ଡରି ।


ଧୂଳିଖେଳ ଅବା ବୋହୂ ଚୋରି ଖେଳ

ସପନର ଇସ୍ତାହାର

କରୁଣ କାହାଣୀ ଘଟେ ଦିବାନିଶି

ଶୁଣିବାକୁ ଲାଗେ ଡର ।


ଆଜିବି ଦାନବ ଆକ୍ରୋଶ ମନରେ

ନିଅଇ ଯୈ।ତୁକ ରାଜି

ଖୋଲା ଆକାଶରେ ଲୋଟେ କୂଳବଧୁ

ହରାଇ ଜୀବନ ବାଜି ।


ସ୍ବାଧିନତା ଆଳେ ସ୍ୱାର୍ଥ ବିଭୀଷିକା

ରଚଇ ମହାତାଣ୍ଡବ

ଜାଳି ପୋଡ଼ି ଦିଏ ସୁନାର ସଂସାର

ପରଶ୍ରୀ କାତର ଭାବ ।


Rate this content
Log in

Similar oriya poem from Tragedy