STORYMIRROR

SIBENDU SARASWATA PANDA

Classics Others

3  

SIBENDU SARASWATA PANDA

Classics Others

ନାଁଆଟି ମୋର ଫେସା

ନାଁଆଟି ମୋର ଫେସା

1 min
209

ନାଁଟି ମୋର ଫେସା,

ଚାଉଳ ବିରି କୋଳଥ ମୁଗ

ପେଶିବା ନିତି ପେଶା।

କିଏ କହେ ମୋତେ ଚକି,

ଦିନରୁ ରାତି ଖଟିଲେ ଯେତେ

ଯାଏନା ମୁଁହି ଥକି।

ପଥର ମୋର ଜାତି,

ସବୁ ଦରବ ଭାଙ୍ଗିଦିଏ ମୁଁ

ଦେଖାଇ ମୋର ଛାତି।

ଜନ୍ମରୁ ଦୁଇଫାଳ,

ଆଗ ପଛର ଦୁଇଟି ବେଣ୍ଟ

ଦିଅଇ ମୋତେ ବଳ।

ଖୁଣ୍ଟି ପାଖେ ମୋ ପାଟି,

ବିରି ଚାଉଳ ଯାହା ବି ଦିଅ

ନିମିଷେ ଦେବି କୁଟି।

ଘୂରାଇ ଦେଲେ ଧରି,

ଦେହର ସବୁ ବଳ ଖଟାଇ

ଦିଅଇ ଖଣ୍ଡ କରି।

ଗାଁ ଗଣ୍ଡାରେ ଥାଏ,

ସବୁରି ଘରେ ହୁଅଇ ଲୋଡା

ବହୁ ଆଦର ପାଏ।

ଶୁଭ ବିବାହ ବ୍ରତେ,

ଫୁଲ ଚନ୍ଦନ ସିନ୍ଦୂର ଦେଇ

ପୂଜା କରନ୍ତି ମୋତେ।

ଆଜି ବିଜ୍ଞାନ ଯୁଗେ,

ଆଦର ମୋର ଗଲାଣି କମି

ପଡିକି ଦୁଃଖ ଭୋଗେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics