ନାଁ ତା' କବିତା ପରା
ନାଁ ତା' କବିତା ପରା
ମୋ ହୃଦୟର ପ୍ରତିଟି ସ୍ପନ୍ଦନ
ଆକାଶ ର ଯେତେ ତାରା,
ପ୍ରେରଣା ଯୋଗଏ ନୂଆ କଥା କହେ
ନୂଆ ଜୀବନ ର ଧାରା,
ଲେଖି ବସିଯାଏ ଜୀବନ ଗୀତି କୁ
ନାଁ ତା' କବିତା ପରା।
ଲୁହ ଆଉ ହସ ପୁଣି ପରିବେଶ
ବଞ୍ଚିବାର ଯୋଉ ଚାରା ,
ଦିଏ କେବେ ଦୁଃଖ ଅତି ଅପ୍ରମିତ
କେବେ ସେ ସୁଖ ପସରା,
ଲେଖି ବସିଯାଏ ଜୀବନ ଗୀତି କୁ
ନାଁ ତା' କବିତା ପରା।
ବନ ବିଲ ନଈ ଉଚ୍ଚ ପରବତ
ଆଉ ସେ ଝରଣା ଝରା,
କହେ କେତେ କେତେ ଅଜଣା କାହାଣୀ
ଖୁସି ରେ ହସିବ ଧରା,
ଲେଖି ବସିଯାଏ ଜୀବନ ଗୀତି କୁ
ନାଁ ତା' କବିତା ପରା।
କିଏ ଏଠି ଅଛି ଖୁସିକୁ ବାଣ୍ଟୁଛି
ମନ ଯେହ୍ନେ ଶୁଭ୍ର ତାରା,
କିଏ ସେ ଲୁଚାଏ ଧରା ବି ନଦିଏ
କେଡେ ବୈରାଗୀ ବିଚରା,
ଲେଖି ବସିଯାଏ ଜୀବନ ଗୀତି କୁ
ନାଁ ତା' କବିତା ପରା।
ନୀତିଦିନ ଯାହା ଯାଏ ଘଟି ଘଟି
ଭଲମନ୍ଦ ର ପସରା,
ଶବ୍ଦ ଗୁଚ୍ଛ ସବୁ ସାଉଁଟି ଆଣେ ମୁଁ
କିଛି ନ ଦିଅନ୍ତି ଧରା,
ଲେଖି ବସିଯାଏ ଜୀବନ ଗୀତି କୁ
ନାଁ ତା' କବିତା ପରା।
ନିଜ କବିତା ର ନାଉରୀ ସାଜେ ମୁଁ
ନାଆ ଟି ମୋର ଦଦରା,
ମାତା ବୀଣାପାଣି ସାହା ହେବେ ଜାଣି
ହୁଏ ନାହିଁ ଦିଗ ହରା,
ଲେଖି ବସିଯାଏ ଜୀବନ ଗୀତି କୁ
ନାଁ ତା' କବିତା ପରା।
