STORYMIRROR

Nibedita Mishra

Abstract Inspirational

3  

Nibedita Mishra

Abstract Inspirational

ନାଇଁ ଆସେ ଇ ଦଶରାଥି

ନାଇଁ ଆସେ ଇ ଦଶରାଥି

1 min
395


ବାଟ ନାଇଁ ଯୁଗବ ତୁମେ ମାନେ ଇଥର

ଭାବିଛେଁ ନାଇଁ ଆସେ ଆର୍ ଦଶରା ଥି

ମନ ହୁରୁଦ୍ ମୋର୍ ଭାଙ୍ଗି ଯାଇଛେ ଗଲା ବଛର୍ ତୁମ ଗାଁ ପରା ଥି କେନ୍ତା କହେମି କହ କାଣା କାଣା ସବୁ ହେଇଥିଲା

ଆଏଜ୍ ସୋର୍ କଲିବେଲେ ଆଏଁଖ୍ ନୁ ମୋର୍ ପାଏନ ଥିପିଗଲା

ଯେନ ଦିନ ମୋତେ ବରନୀ କରି କରି ତୁମର ଗାଁ କେ ନେଲ

ହେଇ ଦିନ ବୃଦ୍ଧାଶ୍ରମଟେ ବି ମୁଲ କଲ?

ଭାବୁଥିଲି ମୁଇଁ ଇଟା କେନ ପ୍ରକାରର ଭକ୍ତି

ମାଟିର୍ ମା ନୁ ଚାହେଁସ ଶକ୍ତି ଆର୍ ଅସଲି ମା ବୁଆନୁ ମୁକ୍ତି

ବାଟ୍ ନାଇଁ ଯୁଗବ

କେତେ ରକମର୍ ଭୋଗ୍ ମୋର୍ ଆଘେ ମଡାଲ

ଦାଦନ୍ ଘରର୍ କଥା ସଭେ ଭୁଲିଗଲ

ମରଡି ଲାଗି ଅନାଥ ହେଇଥିଲା ଯେନ ଘର୍

ତାର୍ କଥା ତ କେହି ନାଇଁ କଲ ସୋର୍

ମେର୍ ଦିହେ ପାଟପତନୀ ଦେଇଥିଲ ଉଢେଇ

ଗାଁର୍ ଝି ବହ କେ ଦେଖୁଥିଲ ଆଏଁଖ ଲଲଚେଇ

ବାଟ୍ ନାଇଁ ଯୁଗବ

ହାଥେ ଧରେଇଥିଲ ମୋତେ ଖଡଗା ଆର୍ ଢାଲ୍

ନିଜର ହାଥେ ଝି ବହର ଅଶ୍ଲିଲ୍ ଭିଜିଓ କରୁଥିଲ ଭାଇରାଲ୍

ନବରାତ୍ରୀ ଥି ନ ଟା କୁଆଁରୀର୍ ପୁଜନ

ଘର୍ କେ ଘର୍ ଡାକି କରଉଥିଲ ଭୋଜନ୍

ହେଇଦିନ ନଳିଆନୁ ମିଲିଥିଲା ଗୁଟେ ସନ୍ଧାନ୍

ରତକ ଲଟପଟ ନାବାଲିକା ଟେ ନାଇଁଥିଲା ତାର୍ ଜୀବନ୍

ବାଟ ନାଇଁ ଯୁଗବ

ଯିଏ ଚଢେଇ ଥିଲା ମେତେ ଟଙ୍କାର ମାଲା

ସେ ତାକ୍ ବହକେ ଯୌତୁକ ଜୁଏ ନେ ଚଢାଲା?

ଏତକି ସବୁ ଆଜି ସୋର୍ କଲାବେଲେ

ଡର୍ ହେ କାମ୍ପୁଛେ ମୋର୍ ଦି ହାତ୍ ସବୁବେଲେ

ଯେଭେ ଶିଖବ ତୁମେ ମାନେ ନାରୀକେ ଦେଇ ସମ୍ନାନ୍

ସେଭେ ଡାକବ ମୋତେ ମୁଇଁ ଆଏମି ତୁମର୍ ଠାନ୍

ବାଟ ନାଇଁ ଯୁଗବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract