STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ନାଗରିକ

ନାଗରିକ

1 min
242


ଉତ୍ତମ ଯେ ନାଗିରିକ ଦେଶ ଯଶ ହିତେ କରେ ପ୍ରାଣ ପାତ

ମଉଳିକ ଅଧିକାର ସଙ୍ଗେ ନିଜ କର୍ତ୍ତବ୍ୟ କରେ ନିରତ ।

ଅନ୍ୟାୟ ଅଧର୍ମ ବିରୁଦ୍ଧେ ନିଜର ସ୍ଵର କରେ ଉତ୍ତୋଳନ

ସତ୍ୟ ଧର୍ମ ପଥେ ଗମନ କରଇ ନକରେ କୁତ୍ସା ରଟନ ।।


ଦେଶର ସୁରକ୍ଷା ଦେଶର ମଙ୍ଗଳ ପାଇଁ ରଖିଥାଏ ମତ୍ତି

ଦୁଃଖୀ ରଙ୍କି ଦୁଃଖ ଦେଖିଲେ ଲୁହରେ ଆର୍ଦ୍ର ହୋଇଯାଏ ଆଖି ।

ବୃଦ୍ଧ ବୃଦ୍ଧା ଅନ୍ଧ ଛୋଟା କଣା କୁଜା ଶାରୀରିକ ଅକ୍ଷମତା

ଜନଙ୍କର ହିତେ” ନିଜ କଷ୍ଟସାଧ୍ୟେ କରିଥାଏ ସହାୟତା ।।


ସଂହତି, ମୈତ୍ରୀ, ପ୍ରଗତି ର ପଥେ ହେଉଥିବ ସହାୟକ 

ଶାନ୍ତିର ମଶାଲ ଜାଳି ଦୃପ୍ତ ହସ୍ତେ ତୋଳି ଗାଇ ଶାନ୍ତି ଗୀତ । 

ଦେଶ ହିତେ ଜାତି ଗଉରବ ଅର୍ଥେ କରୁଥିବ ଶ୍ରମ ଦାନ

ସେହି ନାଗରିକ ସାର୍ଥକ ଜୀବନ ଜନମ ତାହାର ଧନ୍ୟ ।।


ଜାତୀୟ ସେବାରେ ସୁଖ-ସ୍ଵାତ୍ସନ୍ଦ କୁ ଜଳାଞ୍ଜଳି ପାରେ ଦେଇ 

କାଳଜୟୀ ସେହି ନାଗରିକ କାଳ ତାରେ ନପାରଇ ଛୁଇଁ ।

ଜନ ମାନସରେ ତା ସୁବର୍ଣ୍ଣ ଦ୍ଵୀତି ଉକୁଟି ଉଠଇ ନିତି

ସୁ-ନାଗରିକ ସେ ସମାଜ କଲ୍ୟାଣେ ହୋଇଥାଏ ଯିଏ ବ୍ରତି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics