STORYMIRROR

Lata Behera

Abstract

4  

Lata Behera

Abstract

ନାଗଲ ଚତୁର୍ଥୀ

ନାଗଲ ଚତୁର୍ଥୀ

1 min
6


କାର୍ତ୍ତିକମାସର ଶୁକ୍ଳ ଚତୁର୍ଥୀରେ

   ନାଗଲ ଚଉଠି ହୁଏ

ଭକ୍ତି ଶ୍ରଦ୍ଧା ନିଷ୍ଠା ଭକତି ଭାବରେ

    ଭକତଟି ପୂଜୁଥାଏ ।


ଏଇ ଓଷାଟିରେ ନାଗ ନାଗୁଣୀଙ୍କୁ

   ଆରାଧନା କରାଯାଏ

ଦିନ ଦ୍ବିପହରେ ଚଉରା ମୂଳରେ

   ଏଇ ଓଷା ହେଇଥାଏ ।


ତମ୍ବାରେ ତିଆରି ନାଗ ନାଗୁଣୀକୁ

   ସ୍ଥାପନ ଯେ କରା ଯାଏ

କ୍ଷୀର ପାତ୍ରେ ଫୁଲ ସହିତେ ସଜେଇ

   ତାଙ୍କୁ ରଖା ଯାଇ ଥାଏ ।


ଦୁଇ ଗୋଟି ଗାତ ଚଉରା ମୂଳରେ

   ଯତନରେ କରାଯାଏ

ଗୋଟିଏ ଗାତରେ ଜଳ କଞ୍ଚାମୃତ

   ଅନ୍ୟ ଗାତେ କ୍ଷୀର ଥାଏ ।


ନୀତି ନିୟମରେ ବିଧି ବିଧାନରେ 

    ଏଇ ଓଷା କରାଯାଏ

ଯେମିତି ବିଶ୍ବାସେ ଯିଏ ରଖି କରେ

    ସେମିତି ଫଳ ସେ ପାଏ ।


ତାହାରି ପାଦୁକ ଆଖିରେ ପଡିଲେ

    ଦୃଷ୍ଟି ଶକ୍ତି ବଢିଥାଏ

ଯିଏ ଯୋଉ ମନାସିକ ରଖି କରେ

   ସେଇ ଫଳ ସିଏ ପାଏ ।


ନାଗଙ୍କର ରାଜା ବାସୁକୀ ଦେବତା

    ସମସ୍ତଙ୍କ ପ୍ରିୟ ସିଏ

ପାତାଳ ପୁରରେ ନାଗକୁଳ ତାଙ୍କ

    ପାଇଁ ସୁରକ୍ଷିତ ଥାଏ ।


ନାଗ ଦେବତାଙ୍କୁ ସନ୍ତୁଷ୍ଟ କରିଲେ

    ଆଶୀର୍ବାଦ ମିଳିଥାଏ

ନାଗ ଆଶୀର୍ବାଦ ବିଘ୍ନ ରିଷ୍ଟ ସବୁ

   କ୍ଷଣିକରେ ଦୂର ହୁଏ ।


ନାଗମାତା କଦ୍ରୁଙ୍କର ପୟରରେ

   ଶରଣାଗତ ଯେ ଯାଏ

ଶୁଭ ଆଶୀର୍ବାଦ ମାତା ଦେଇଥାନ୍ତି 

   ରକ୍ଷା କରି ଥାନ୍ତି ସିଏ ।



Rate this content
Log in

Similar oriya poem from Abstract