STORYMIRROR

Panchanan Jena

Tragedy

4  

Panchanan Jena

Tragedy

ନା ରହିବ ବାଉଁଶ

ନା ରହିବ ବାଉଁଶ

1 min
6

ସକାଳ ହେଲେ

ଆମ ଦେଶ ପାଳିବ

ଅଠସ୍ତରିତମ ସ୍ଵାଧୀନତା ଦିବସ

ଆଉ ଦେଖ ବିଡମ୍ବନା

ମୌମିତା ଦେବନାଥର ରକ୍ତଛିଟାରେ

ରାତ୍ରିଟା ହେଲା ରକ୍ତ।କ୍ତ

ତ୍ରିରଙ୍ଗାରେ ଲାଗିଗଲା

ତିରିଶ ବର୍ଷିଆ ଝିଅର ଶେଷ କ୍ଷତାକ୍ତ ।


ଦେଶର ପୁରପଲ୍ଲୀରେ 

ପତାକା ଉତ୍ତୋଳନ ହେବ

ଗାୟିବେ ଜନ ଗଣ ମନ -- -- ଜୟ ହେ

ମାତ୍ର ମେଡିକାଲ କଲେଜରେ

ଝିଅର ଭଲଗ୍ନ ଶରୀର

ଭାରତ ମାତାର ଚରଣେ 

ନାରୀର ହେବ ଶେଷ ପରାଜୟ ।


ନାରୀମାନେ ଯୁଗେ ଯୁଗେ ଦୁର୍ବଳା ଅବଳା 

ଅସୁରକ୍ଷିତ ଯୌନ ପିଡ଼ିତା 

ଏହା ଶେଷ ଧର୍ଷଣ ନୁହଁ

ଆଗରୁ କେତେ ଥର ଶୁଣିଛି ଏ କାନ

ଆଗକୁ ଅନେକ ଥର ଘଟିବ ଘନ ଘନ

ଥିବା ଯାଏଁ ଯୋନି ଆଉ ସ୍ତନ


ଆହେ ନାରୀଗଣ

ତୁମକୁ ଗୋଟେ ଛୋଟ ଆହ୍ୱାନ

କାଟି ଦିଅ ଯୌନାଙ୍ଗ

ଫିଙ୍ଗିଦିଅ କାମନାଙ୍ଗ ଅଳିଆ ଗଦାକୁ

ନା ରହିବ ବାଉଁଶ

ନା ବାଜିବ ବାଁଶୁରୀ

ନା ଶୁଣିବ କମେଣ୍ଟ ମରାମରି

ନା ସହିବ ଶୁଭିବ ଛାପିବ

ନାରୀ ଧର୍ଷଣ ନିତି ବ୍ୟଭିଚାରୀ


ନାରୀ ପରାଧିନ

ପୁରୁଷ ପ୍ରଧାନ ସମାଜେ ନିଚ୍ଚାସନ

ଦୃଢ ଇଚ୍ଛାଶକ୍ତିର କରିବାକୁ ପ୍ରକାଶନ

ସ୍ଵାଧୀନତା ଦିବସରେ

ଶୁଣେଇ ଦିଅ ତୁମ ଭୀଷ୍ମ ପ୍ରତିଜ୍ଞା

ଆଖି ତରାଟି

କାନ ଫାରାଟି

ଦେଖୁ ଶୁଣୁ ନାରୀ ମାଂସ ଲୋଭୀ ସଇତାନ


Rate this content
Log in

Similar oriya poem from Tragedy