STORYMIRROR

Satyabati Swain

Tragedy

4  

Satyabati Swain

Tragedy

ମୂର୍ଦ୍ଦାର

ମୂର୍ଦ୍ଦାର

1 min
584


ମୋ ପାଇଁ ତୁ ଥିଲୁ

ମୋ ସାଥି

ମୋ ପ୍ରେମୀ

ଯେତିକି ତୀବ୍ର ମୋର ପ୍ରେମ

ସେତିକି ଥିଲା ତୋର ପ୍ରତ୍ୟାଖାନ।


ଅକ୍ଷମ ମୋ ବୁଝିବା ସାମର୍ଥ୍ୟ

ତୀବ୍ର ପ୍ରେମ କରିବା ଆଗେ

 ମାପି ନ ପାରି ପ୍ରେମର ଗଭିରତା

ବୁଡି ଗଲି 

ଏବେ ଦେଖ ଅଣ ନିଃଶ୍ବାସୀ ହୋଇ

ମୂର୍ଦ୍ଦାର ମୁଁ।


 ଚାତୁର୍ଯ୍ୟ କଳା ରେ ତୁ

ଭାଷା କୋଣାର୍କ କାନ୍ଥର ଚିତ୍ର ପରି।


ଅଭିମାନ ମୋର

ନୀରବତା ରେ ଆରମ୍ଭ ହୋଇ

ସରୁଥିଲା ବିଚ୍ଛେଦରେ

ତୋର ପ୍ରତି କ୍ରିୟା କିଛି ହିଁ ନ ଥିଲା ।


ଜହ୍ନ ରାତିକୁ

ମାଗିଲି ରତିଏ ଜୋଛନା

ଲୁଚେଇ ଦେଲା ବାଦଲ୍

ଅମା ରାତିଠୁ

ଅନ୍ଧାର ଟିକେ ଚାହିଁଲି ଯେ

ସେ କଞ୍ଜୁସ ହେଲା।


ସକାଳକୁ କହିଲି

ଦେ ଚଞ୍ଚଳତା

ସେ ଘୋଡ଼ି ପୋଡି ହୋଇ

ଘୁଙ୍ଗୁଡ଼ି ମାଇଲା

ସନ୍ଧ୍ୟା ଲୋ ଟିକେ ଦେବୁ କି

ଧୂପ ଆଳତି ବାସ୍ନାରୁ କାଣିଚାଏ ?

ଇଚ୍ଛା ମୋର

ଲିଭିଗଲେ ଜୋର୍ ପବନରେ।


ବୁଝିଲି ଏବେ ତୋତେ ଯେତିକି

"ଭିଜିଲି" ତାଠୁ ଅଧିକ।

ନିଜକୁ ଗାଳି କରୁଛି

ତୋ କିଆଁ ମୁଁ ଭଲ ପାଇଲି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy