STORYMIRROR

Dr Jharana Satapathy

Abstract

2  

Dr Jharana Satapathy

Abstract

ମୂକସାକ୍ଷୀ ହୋଇ ରହିଥିବୁ

ମୂକସାକ୍ଷୀ ହୋଇ ରହିଥିବୁ

1 min
272


ଆରେ କଲମ ଚାଲିଥିବୁ ମୋ ହାତେ

ପଡିଯିଵି ମୁଁ  କାଳେ ଥକି

ଭୋକ ଏଵଂ ଶୋଷ ସବୁ ମୁଁ ଭୁଲି  

କେତେ କଥାଦିଏ ମୁଁ ଲେଖି


ଭାବନା ମନରେ କାହିଁ ଚାଲିଆସେ 

ତତେ ଧରିଲା ବେଳକୁ

ଲେଖି ଚାଲେ ଏବଂ ଲେଖି ଚାଲେ 

ଅବିରତ ଭାଷା ନାହିଁ ବର୍ଣ୍ଣିବାକୁ


ଜ୍ଞାନ ଅବା ନାହିଁ ମୋର ତଥାପି 

ଲେଖିବାକୁ ମନ ହୁଏ

ତୋର ସେହି କୁହୁକ ସ୍ପର୍ଶରେ

ମନ ମୋର ମୋହୁଥାଏ 


ପ୍ରତିଟି ଅଧ୍ୟାୟ ପବିତ୍ର ଆଉ ସ୍ବଛ ମନରେ

ଅସରନ୍ତି ପାହାଚ ଛୁଇଁବା ଆଶାରେ

ତୋର ସେହି ସ୍ନେହ ଶ୍ରଦ୍ଧା ଆଢୁଆଳରେ

କେବେ ନିର୍ଜନ ନିଶିଥ ପଥରେ


ତତେ ଧରି ଡାଏରୀରେ ଲେଖିଲାବେଳକୁ

ମୋ ଦିପଶିଖା ଯଦି ଲିଭିଯାଏ

ତୁ ମୂକସାକ୍ଷୀ ହୋଇ ରହିଥିବୁ ସର୍ବଦା 

ଲେଖନୀ ପ୍ରକାଶିତ ହେବା ଯାଏ


ମୋର ଆଗାମି ପିଢି ପାଇଁ ତୁ

ହୋଇ ରହିଥିଵୁ ମୂକସାକ୍ଷୀ 

ମନେପକାଇଵେ ମୋର ସେହି ସ୍ମୃତି

ତତେ ସଵୁ ଦେଖି ଦେଖି 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract