ମୂକସାକ୍ଷୀ ହୋଇ ରହିଥିବୁ
ମୂକସାକ୍ଷୀ ହୋଇ ରହିଥିବୁ
ଆରେ କଲମ ଚାଲିଥିବୁ ମୋ ହାତେ
ପଡିଯିଵି ମୁଁ କାଳେ ଥକି
ଭୋକ ଏଵଂ ଶୋଷ ସବୁ ମୁଁ ଭୁଲି
କେତେ କଥାଦିଏ ମୁଁ ଲେଖି
ଭାବନା ମନରେ କାହିଁ ଚାଲିଆସେ
ତତେ ଧରିଲା ବେଳକୁ
ଲେଖି ଚାଲେ ଏବଂ ଲେଖି ଚାଲେ
ଅବିରତ ଭାଷା ନାହିଁ ବର୍ଣ୍ଣିବାକୁ
ଜ୍ଞାନ ଅବା ନାହିଁ ମୋର ତଥାପି
ଲେଖିବାକୁ ମନ ହୁଏ
ତୋର ସେହି କୁହୁକ ସ୍ପର୍ଶରେ
ମନ ମୋର ମୋହୁଥାଏ
ପ୍ରତିଟି ଅଧ୍ୟାୟ ପବିତ୍ର ଆଉ ସ୍ବଛ ମନରେ
ଅସରନ୍ତି ପାହାଚ ଛୁଇଁବା ଆଶାରେ
ତୋର ସେହି ସ୍ନେହ ଶ୍ରଦ୍ଧା ଆଢୁଆଳରେ
କେବେ ନିର୍ଜନ ନିଶିଥ ପଥରେ
ତତେ ଧରି ଡାଏରୀରେ ଲେଖିଲାବେଳକୁ
ମୋ ଦିପଶିଖା ଯଦି ଲିଭିଯାଏ
ତୁ ମୂକସାକ୍ଷୀ ହୋଇ ରହିଥିବୁ ସର୍ବଦା
ଲେଖନୀ ପ୍ରକାଶିତ ହେବା ଯାଏ
ମୋର ଆଗାମି ପିଢି ପାଇଁ ତୁ
ହୋଇ ରହିଥିଵୁ ମୂକସାକ୍ଷୀ
ମନେପକାଇଵେ ମୋର ସେହି ସ୍ମୃତି
ତତେ ସଵୁ ଦେଖି ଦେଖି
