STORYMIRROR

Satyabati Swain

Tragedy

3  

Satyabati Swain

Tragedy

ମୁଠେ ପାଉଁଶ

ମୁଠେ ପାଉଁଶ

1 min
310

ସୁନୁ ଆଶ୍ଚର୍ଯ୍ୟ

 କଅଁଳ ମନର ଅୟୁତେ କୋମଳ ଜିଜ୍ଞାସା

 ଜେଜେ କାହାନ୍ତି ବାବା?

 କଳସୀ ଭିତରେ

 କଳସି ଭିତରେ ଜେଜେ ?

 ବାବା ତୁମେ ମିଛୁଆ

 ଏତେ ବଡ଼ ଜେଜେ ମୋର

 ଏଇ କଳସୀ ଭିତରେ!!


ବାପା ! ତୁମ ନାତି ପ୍ରଶ୍ନର ଉତ୍ତର ଦିଅ

କେମିତି ଅଛ ଏ କଳସୀ ଭିତରେ

ଚୁପ୍ ଚାପ୍ !!


ମୋତେ ଉଠାଅ

ଦାନ୍ତ ଘଷିଦିଅ

ଚାହା ଦିଅ

ଗାଧୋଇବି

ଭୋକ ହେଲାଣି

କୁଆଡେ ଗଲ ସବୁ

ସୁନୁ ଏ ସୁନୁ...

ରଡି ଏବେ ଶୁଭୁ ନାହିଁ।


ବାବା ! ଜେଜେ ଏ କଳସୀ ଭିତରେ

ଅଣନିଃଶ୍ୱାସୀ ହୋଇ ଯାଉନାହାନ୍ତି ?

ଦେଲ ମୁଁ କାଢି ଆଣେ ମୋ ଜେଜେଙ୍କୁ

ଭାରି କଷ୍ଟ ଭୋଗୁଥିବେ ଏଥିରେ।


ମୁଁ ଆକୁଳ ହୋଇ ଅନେଇଲି

ଅବୋଧ ଚାରି ବର୍ଷ ସୁନୁକୁ

ଏମିତି ହୁଅନ୍ତା ତୁ କାଢି ଆଣି ପାରନ୍ତୁ କି

ତୋ ଜେଜେଙ୍କୁ

ସେ ପୁଣି ରଡି ଛାଡନ୍ତେ

ବିରକ୍ତ ହୁଅନ୍ତେ

ନିକମା କୁହନ୍ତେ ମୋତେ।


ଦେଲ ଦେଲ ମୋ ଜେଜେଙ୍କୁ

କଳସୀ ଭିତରେ

ହାତ ଭରି ସୁନୁ ଅଣ୍ଡାଳିଲା ଜେଜେଙ୍କୁ

କାନ୍ଦ କାନ୍ଦ ମୁହଁ

ଜେଜେ କାହାନ୍ତି ବାବା

ଏତ ମୁଠେ ପାଉଁଶ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy