STORYMIRROR

Papu parida

Drama Tragedy Others

4  

Papu parida

Drama Tragedy Others

ମୁଠାଏ ଭାତ

ମୁଠାଏ ଭାତ

1 min
206

ମୁଠାଏ ଭାତ ବି 

ସ୍ବପ୍ନ ହୋଇଗଲା

ଜୀବିକା ହାରିଲି ଯେବେ

ସାଜି ମହାମାରୀ 

କଲା ଦରିଦ୍ରଟେ 

କେଜାଣି ମରିବି କେବେ।


ପେଟର ଭୋକ ମୋ

ହୋଉଛି ଅସହ୍ୟ

ବୁଦ୍ଧିବାଟ ଦିଶୁନାହିଁ

ଆଳିଆ ଡବାରେ

ଖୋଜେ ସମାଧାନ

କିଛି ଖାଇବାର ପାଇଁ।


ଭୋକର ବେଦନା

ଲଜ୍ୟା ଛଡ଼େଇଲା

ଭାଙ୍ଗିଦେଲା ସ୍ୱାଭିମାନ

ହାତ ବି ପାତିଲି 

ମୁଣ୍ଡ ନୁହାଁଇଲି

ମିଳିଲେ କେଉଁଠି ଦାନ।


ମୁଠାଏ ଭାତ ବି 

ସ୍ବପ୍ନ ହୋଇଗଲା

ଜୀବିକା ହାରିଲି ଯେବେ

ସାଜି ମହାମାରୀ 

କଲା ଦରିଦ୍ରଟେ 

କେଜାଣି ମରିବି କେବେ।


ସପନ ସବୁ ମୋ

ମାଟିରେ ମିଶିଲା

ଆଶା ହୋଇଗଲା ଚୂର୍ଣ୍ଣ

ମରଣ ଏହାଠୁ

ସହଜ ହୋଇବ

କହୁଅଛି ମୋର ମନ।


ଭୋକ ଶିଖେଇଲା

ବଞ୍ଚିବାକୁ ହେବ

ଥିଲା ଯାଏଁ ମୋର ଆୟୁ

ଆଳିଆରୁ ଯଦି 

ନ ଖାଇବି ମୁହିଁ

ଉଡିଯିବ ପ୍ରାଣ ବାୟୁ।


ମୁଠାଏ ଭାତ ବି 

ସ୍ବପ୍ନ ହୋଇଗଲା

ଜୀବିକା ହାରିଲି ଯେବେ

ସାଜି ମହାମାରୀ 

କଲା ଦରିଦ୍ରଟେ 

କେଜାଣି ମରିବି କେବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama