ମୁଣ୍ଡେ ହାତ ଦେଇ ବସିଛି କୃଷକ
ମୁଣ୍ଡେ ହାତ ଦେଇ ବସିଛି କୃଷକ
ଆଷାଢ଼ ଏ ମାସ ଚାଷକାର୍ଯ୍ୟ ପାଇଁ
ବର୍ଷା ନାହିଁ ଚାଷ ହୋଇବ କିପରି ଯେ
ତପ୍ତ ସୂର୍ଯ୍ୟ ତେଜ ଟୁପୁରୁ ଯେ ବର୍ଷା
ହୁଅନ୍ତି ଚାଷୀଭାଇ ହତୋତ୍ସାହିତ ଯେ ।
ମୁଣ୍ଡେ ହାତ ଦେଇ ବସିଛି କୃଷକ
ସିଞ୍ଚାଇ ସୁବିଧା ହୋଇନି ଏଠି ଯେ
ଇନ୍ଦ୍ର ବୃଷ୍ଟି କଲେ ଫସଲ ହୋଇବ
ଚାହିଁ ରହି ଅଛି ଚାଷୀ ଆକାଶକୁ ଯେ ।
ରଥଯାତ୍ରା ପୁଣି ଜଗନ୍ନାଥଙ୍କର
ସୁଖିଲା ପଡ଼ିଛି ଟି ବିଚ୍ଛିନ୍ନାଞ୍ଚଳ ଯେ
ଗୁହାରି କରିବ କାହାକୁ କୃଷକ
ତା କଥା ଶୁଣିବ ଟି କେଉଁ ସେ ନେତା ଯେ ।
ମନେ ଇଚ୍ଛା ଥିଲା କୁଜୁ ଡ୍ୟାମ୍ ହେବ
ଚାଷ କାର୍ଯ୍ୟ ପାଇଁ ସିଞ୍ଚାଇ ସୁବିଧା ଯେ
ଭ୍ରଷ୍ଟାଚାରୀ ଯୋଗୁଁ ନ ହେଲା ସମ୍ପନ
ନେତାକଲେ ତହିଁ ବନ୍ଧୁ ଖୁରାପାତ ଯେ ।
ବିହାର ରାଜ୍ୟରେ ଶୁଭାରମ୍ଭ ଯାର
କାହିଁ ତା ଶାସନେ କରିଛି ସେ ପୁରା ଯେ
ହେଲା ଝାଡ଼ଖଣ୍ଡ ଧ୍ୟାନ ନାହିଁ କାର
କାର ନାହିଁ ଧ୍ୟାନ କୃ ଷ କ ଙ୍କ ପାଇଁ ଯେ ।
ବର୍ଷା ହେଲେ ଚାଷ କରିବ କୃଷକ
ଅମୃତ କାଳର ନୂଆ ଭା ର ତ ର ଯେ
ଲଜ୍ୟା ଲାଗେ ଦେଖି ଶାସନ ବ୍ୟବସ୍ଥା
ନିଜ ସ୍ବାର୍ଥ ପାଇଁ ଏଠି ରାଜନୀତି ଯେ ।
ରାଜ୍ୟ ସରକାର ନକରେ ଟି ଚିନ୍ତା
ସିଞ୍ଚାଇ ବ୍ୟବସ୍ଥା କୃଷକଙ୍କ ପାଇଁ ଯେ
ନ ହେଲେ କୃଷକ ଆତ୍ମନିର୍ଭର ଟି
ରାଜ୍ୟରବିକାଶ ମାତ୍ର ହିଁ କଳ୍ପନା ଯେ ।
ଷଢେ଼ଇକଳା ଖରସୁଆଁ ଏ ଜିଲ୍ଲା
ଚାଷୀ ପାଇଁ ହେଉ ସିଞ୍ଚାଇ ବ୍ୟବସ୍ଥା ଯେ
ତୁମେ ରାଜନେତ କର୍ତ୍ତବ୍ୟ ଟି ତୁମ
ଉନ୍ନତିର ପାଇଁ କୃଷକଙ୍କ ଧ୍ୟାନ ଯେ ।
