STORYMIRROR

Kabiratna Nutan Kumar Behera

Comedy Fantasy Inspirational

3  

Kabiratna Nutan Kumar Behera

Comedy Fantasy Inspirational

ମୁଁ ଯେ କଳିଯୁଗର ସତ୍ୟବାନ

ମୁଁ ଯେ କଳିଯୁଗର ସତ୍ୟବାନ

1 min
149


ମୁଁ ଯେ କଳିଯୁଗ ସତ୍ୟବାନ

ନ ଶୁଣିଲେ ସାବିତ୍ରୀର ପଦିଏ କଥା

ହଠାତ୍ ଆସିଯାଏ ଭୂକମ୍ପନ,

ଟଳମଳ ହୁଏ ମୋ ବସିବା ଆସନ

ପାଣି ବିନା ମାଛ ପରି 

ଛଟପଟ ହୁଏ ଏ ଜୀବନ।


ଆସିଗଲେ ସାବିତ୍ରୀ ଅମାବାସ୍ୟା

ରଖିବାକୁ ସ୍ତ୍ରୀର ମାନ ସମ୍ମାନ

ବଞ୍ଚିବା ବାହାନାରେ ସ୍ଵାମୀଭାବରେ

ଫି ବରଷ ମରିବାକୁ ହୁଏ ଏ ଦିନ

ମୁଁ ଯେ କଳିଯୁଗ ସତ୍ୟବାନ।


ବଜାରର ଆକାଶ ଛୁଆଁ

ଦରଦାମେ ହଜେ ବ୍ରହ୍ମଜ୍ଞାନ,

ଶ୍ରୀମତୀର ଲମ୍ଵା ତାଲିକା ନେଇ

ସାତକୁ ସତରରେ କିଣି

ତା ଆଗେ ବୋଲାଇ ହୁଏଁ ଭାଗ୍ୟବାନ।


ଶାଢୀ ଚୁଡିଠାରୁ ଯେତେ ଫଳମୂଳ

କଞ୍ଚା ପାଚିଲା କି ପଚା ନ ଦେଇ ଧ୍ୟାନ

ପ୍ରତିଦ୍ଵନ୍ଦୀତାରେ କିଣେ ସବୁ ସମାନ,

ସ୍ତ୍ରୀର କଡା ତାଗିଦା ଆଣିବନି କମ୍ କମ୍

ଅନ୍ୟ ଆଗରେ ହେବାକୁ ପଡିବ ଅପମାନ

ମୁଁ ଯେ କଳିଯୁଗର ସତ୍ୟବାନ।


ସଂସ୍କୃତି ପରମ୍ପରା ନାମରେ କରୁଛି ମଉଜ

ଦେଖାଶିଖାରେ ବଢାଇ ପ୍ରହସନ,

ସାଜସଜ୍ଜା ଉପକରଣେ ବ୍ୟସ୍ତ ବିବ୍ରତ

ଭାବ ଭକ୍ତିରେ ନ ଥାଉ ବରଂ ମନ।


ଭିତରଟା ହୋଇଥାଉ ପଛେ ଘୁଣଖିଆ କାଠ

ଉପରେ ଦେଖାଇ ହେଉଛି ଚହଟ ଚିକ୍କଣ,

ବେକ ଦେଖାଇ ଖାଉଛି ହାଣ

ନ କଲେ କାଳେ କିଏ ଭାବିବ କଅଣ

ଜାଣି ଜାଣି ମୋତେ କରେ ହଇରାଣ

ମୁଁ ଯେ କଳିଯୁଗର ସତ୍ୟବାନ।


କାହିଁ ଭାବୁନି ଥରେ ସତ୍ୟବାନଙ୍କ ନିଷ୍ଠା

ସାବିତ୍ରୀଙ୍କ ତ୍ଯାଗ ଥିଲା କି ମହାନ,

ସତ୍ୟ ଧର୍ମ ନ୍ୟାୟ ବଳେ ଜମଙ୍କଠାରୁ

ଫେରାଇ ଆଣିଥିଲେ ସ୍ବାମୀଙ୍କ ଜୀବନ।


ଭାବ ଭକ୍ତି ବିନା ଯଦି କିଣି ଦ୍ରବ୍ୟମାନ

ପୂଜା କଲେ ମିଳନ୍ତା ଦୀର୍ଘ ଜୀବନ,

ଦୁନିଆଁରେ ଅନର୍ଥ ହୁଅନ୍ତାନି କିଛି

ସ୍ବାମୀ ସ୍ତ୍ରୀଙ୍କ ସୁସଂପର୍କ ରୁହନ୍ତା ସବୁଦିନ।


ଏ କଥା ଯେତେ ବୁଝାଇ କହିଲେ

ମୋ ସ୍ତ୍ରୀର ମଗଜେ ପଶି ବଦଳୁନି ମନ,

ଦାମିକା ଶାଢୀ ବେଶି ଜିନିଷ ବତାଦ

ନ କରି କୁ଼ହନ୍ତା ନିଜ ସକ୍ଷମତାରେ ଆଣ

ମୁଁ ଯେ କଳିଯୁଗର ସତ୍ୟବାନ।

   

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy