STORYMIRROR

Anjana Naik,Anju..Deogarh

Romance Inspirational Others

4  

Anjana Naik,Anju..Deogarh

Romance Inspirational Others

ମୁଁ ତୁଠ ପଥର

ମୁଁ ତୁଠ ପଥର

1 min
392

ଅଦରକାରୀ ଖଦଡ଼ ଗୋଡ଼ଘସା ପଥର ବୋଲି 

ଫିଙ୍ଗା ହୋଇଛି ଗାଆଁମୁଣ୍ଡ ବରଗଛ 

ବେଢ଼ା ପାଖ ପୋଖରୀ କୂଳରେ 

ଆଜି ଏ ଘାଟରେ କାଲି ସେ ଘାଟରେ

ମୋ ଠିକଣା ହିଁ ଗାଧୁଆ ଘାଟରେ

ଅଚ଼ିହ୍ନା ହୁଏ ମୁଁ ଅଗଣା ବାଟରେ 

ନୂଆଁ ବାଟୋଇର ଗଭୀର ସ୍ପର୍ଶରେ ।


ତୁଠ ପଥର ଭାବି

ଗୋଡ଼ ଦୁଇଟିକୁ ମୋ ଦେହରେ 

ଘଷି ମାଜେ ଯେବେ ଷୋଡ଼ଶୀ ଅଳସି 

ମୋ ହୃଦୟ ହୁଏ ପ୍ରେମ ଶିକ୍ତ,

କାହା ପାଦର ସ୍ପର୍ଶରେ 

ମୋ ତନୁରେ ଖେଳୁଥିଲା ଅଚି଼ହ୍ନା 

ସେ ଅମାନିଆ ଶିହରଣ 

ଆଜି ଅଲୋଡ଼ା ହୋଇଛି

ଜଣା ନାହିଁ ମୋର ଥଳ କୁଳ ଭବିଷ୍ୟତ 

ହଜିଗଲା ବୋଲି କେହି 

ମୋତେ ଖୋଜିବେ ବି ନାହିଁ ।


ଯେବେ କେହି ସରାଗରେ

ତା ଓଦା ସରସର ଦେହଟା 

ମୋ ବୁକୁରେ ଲଦିଦେଇ 

ତା ନଖରେ ମୋ ଶରୀରକୁ ଆଞ୍ଚୁଡ଼ି

ହୃଦୟରେ ହାତ ସାଉଁଳେଇ ଦିଏ

ମୁଁ ତ ଅଟକେଇ ପାରେନି 

ମୋ ମନର ଆବେଗକୁ

ଆଖି ର ଧାର ଧାର ଲୁହକୁ, 

ବୁକୁରେ ଫୁଲି ଯାଉଥିବା କୋହକୁ, 

ଥରୁଥିବା ଓଠର ବକ୍ତ୍ୟବ୍ଯକୁ, 

ମନର ଗୁଞ୍ଜରିତ କ୍ରନ୍ଦନକୁ, 

ହୃଦୟର ବ୍ୟାକୁଳତା ଭରା ସ୍ଫନ୍ଦନକୁ,  

ଦେହର ଶିହରଣକୁ ।


କେମିତି ସେ ଅମାନିଆ ଠାଣିରେ 

ମୋ ପାଖ ଛାଡ଼ି ଚ଼ାଲିଯାଏ 

ଅଚି଼ହ୍ନା ହୁଏ ତା ସ୍ବାର୍ଥ ସରିଗଲେ

ମୁଁ କିଆଁ ବାଦ ପଡ଼ିବି 

ବୈଶାଖର ରୌଦ୍ରତାପରେ 

ମୋ ଦେହ ଜଳେଇ ତା ପ୍ରେମର ନିଶା 

ପୋଡ଼ିଦିଏ ମୋ ମନଗହନରୁ

ଭାବିନିଏ ସବୁଦିନେ ହିଁ 

ମୋ ପରିଚୟ ଥାଉ ତୁଠ ପଥର ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance