STORYMIRROR

Debabrata Mishra

Abstract Action

4  

Debabrata Mishra

Abstract Action

ମୁଁ ତୁମକୁ ଲାଗିଲି ପ୍ରଭୁ

ମୁଁ ତୁମକୁ ଲାଗିଲି ପ୍ରଭୁ

1 min
6


ଅସହାୟ ମୃଗଟିଏ ମୁଁ ଆଜି

ସତେ ପଡ଼ିଛି କି ଧର୍ମ ସଙ୍କଟରେ

ହସିବାକୁ ଭୟ ମୋର 

କାନ୍ଦିବାକୁ ମଧ୍ଯ ଭାରି ଡ଼ର 

ନିତି ଜଳୁଛି ଭିତରେ ରକତର ମୋହରେ,


କର୍ତ୍ତବ୍ୟର କଷାଘାତ ନା ମୃତ୍ୟୁ ଆଣେ

ନା ଜୀବନର ସ୍ୱାଦ ପାଇଁ ଦିଏ ପଥ

ଚିନ୍ତା ଚେତନାର ବୋଝ ଏତେ

ଟାଣିବାକୁ ଶକ୍ତି ନାହିଁ ମୋ' ମନୋରଥ

ପ୍ରଭୁ ହେ ମୁଁ ଲାଗିଲି ତୁମକୁ

ଜାଣେ ମୁଁ ତୁମ ଭକ୍ତ ନୁହେଁ 

ତୁମ୍ଭଠାରୁ ସଦା ଏ ଅଧମ ରୁହେ ଦୂରେ

ତଥାପି ଦୟାକର ଜୀବନ ତ ତୁମରି ଦୟାରେ,


ଜାଣେ ସମ୍ପୂର୍ଣ୍ଣ କର୍ତ୍ତବ୍ୟ ହୁଏନି ସମ୍ଭବ

ଭାଗ୍ୟର ଲିଖନ‌ ମମତାଠୁ ସଦା ରହେ ଦୂରେ

କେମିତି ଗଢିଛୁ ମୋତେ ତୁ ହିଁ ଜାଣୁ 

ଏ ସମାଜରେ ପ୍ରାଣ ମୋର ତୋ ପାଇଁ 

ତଥାପି ତୋତେ ଭୁଲୁଅଛି ମୁହିଁ 

ଯାତନା ଯନ୍ତ୍ରଣା ଏତେ ବିବେକରେ

ତୁମକୁ ଲାଗିଲା ଏ ଜୀବନ ହେ ମାଧବ

ଏ ସଂସାରର ସବୁ ନିଷ୍ପତ୍ତି ତୁମ ଇଛାରେ,


ହସୁଥାଉ ସଂସାର ହସୁଥାନ୍ତୁ ପ୍ରିୟଜନ ମୋର

ସୁଖ ଦେଉଥିବ ହସୁଥାନ୍ତୁ ସଖାସଖୀ ବନ୍ଧୁ ମୋର

ଲୁହ ରକ୍ତ ଯାହା ଦେବ ଦିଅ ପ୍ରଭୁ ମୋତେ

ପଥର ହେଲିଣି ସବୁ ସହୁଛି ସହୁଥିବି

ପରିବାର ମୋର ତୁମ କୃପା ପାଇ ସୁଖୀ ହେଉ

ପ୍ରଭୁ ହେ ଏ ପୃଥିବୀ ତୁମର ଜଗତ ତୁମର

ଲାଗିଲି ମୁଁ ତୁମକୁ ଏ ଜୀବନ ତୁମରି ଭରସାରେ।।


Rate this content
Log in

Similar oriya poem from Abstract