STORYMIRROR

Chandrakanta Jena

Romance

3  

Chandrakanta Jena

Romance

ମୁଁ ତୁମକୁ ଭଲପାଏ

ମୁଁ ତୁମକୁ ଭଲପାଏ

2 mins
338

ଅଥଳ ସାଗରର ଅମାନିଆ ଢେଉ ପରି

ଏଇ ମୋର ଉଦ୍ଧତ ଯୌବନ

ବୁଝାଇ ରଖିଥିଲି ତାକୁ ଶୁଣାଇ କିଛି ମିଛ ବାହାନା

ଆଉ ଦେଖାଇ କିଛି ମିଛ ସପନ

ବୋଲ ମାନି ରହିଥିଲା ଏଇ ଛାତି ତଳେ ମୋର

ଯାଇ ନଥିଲା କୂଳ ଲଙ୍ଗି

ଡରି ଦୂନିଆଁର ଅପବାଦ ଆଉ ଅପମାନ

ବୁଝାଉ ଥିଲି ତାକୁ ପ୍ରତ୍ଯକ ସକାଳେ

ମନାଉ ଥିଲି ତାକୁ ପ୍ରତ୍ଯକ ସନ୍ଧ୍ଯାରେ

ବାନ୍ଧି ରଖୁଥିଲି ତାକୁ ପ୍ରତ୍ଯକ ରାତିରେ ଶୋଇବା ସେଜରେ

କାଳେ ଏ ଉଦ୍ଧତ ଯୌବନ କିଛି କରିଦେବ ଭୂଲ୍

ସେହି ଭୟରେ ସେହି ଭୟରେ   !!


ଏହା'ତ ଗଲା ଅତୀତ ମୋହର

ଏବେ ବର୍ତ୍ତମାନ କଥା ଶୁଣ      !!


ନିଶା ରାତ୍ରିର ପ୍ରଥମ ପ୍ରହର

ବାଟ ଭୂଲା ବାଟୋଇ ପରି ଚାହିଁ ରହିଥିଲି

ସତେ ଅବା ବାଟକୁ କାହାର

ସେହି ବାଟ ଦେଇ ଯାଉଥିଲ ତୁମେ ସାଥିଙ୍କ ମେଳରେ

ଚିହ୍ନି ପାରିଲିନି ରାତିର ଗାଢ ଅନ୍ଧକାରେ

କିନ୍ତୁ, ସେହି ରାତି ମହକି ଉଠିଲା ତୁମ ଦେହର ବାସ୍ନାରେ

ଦେହ ମନ ଯୌବନ ନାଚି ଗାଇ ଯିବାକୁ ଇଛା କଲା

ତୁମ ପାଉଁଜିର ଛମ୍ ଛମ୍ ଶବ୍ଦରେ

ମନ କୁହେ ଡେଇଁ ଯିବି ଆଜି ଦୂନିଆଁର ସବୁ ବାଧା ବନ୍ଧନକୁ

ଭୂଲି ଯିବି ଦୂନିଆଁର ମିଛ ଅପବାଦ

ଆଉ ମିଛ ଅପମାନକୁ, ମିଛ ଅପମାନକୁ  !!


ଏହା'ତ ମୋର ଭାବନା ଥିଲା

ଏବେ ବାସ୍ତବିକ୍ କଥା ଶୁଣ      !!


ଝିପ୍ ଝିପ୍ ବର୍ଷାର ଭିଜା ମାଟିର ବାସ୍ନା

ତୁମ ଦେହେ ମିଶି କରେ କିଛି ନୂଆ ଉଦ୍ଭାବନା

ଭିଜା ଦେହ ତୁମର କରୁଥାଏ ଚିକ୍ ମିକ୍

ପଡି ଜହ୍ନର ଶିତଳ ଜ୍ଯୋସ୍ନା

ବାରି ହୋଇ ପଡୁଥାଓ ତୁମେ ପାଞ୍ଚ ଜଣରେ ଜଣେ ସୁନ୍ଦରି

ସତେକି ଓହ୍ଲାଇ ଆସିଛି ଏ ମର୍ତ୍ତକୁ କେଉଁ ସରଗର ପରୀ ?

ଭାବିଲି ଘଟିଛି ଏବେ ମୋର ଅପେକ୍ଷାର ଅନ୍ତ

ଯୌବନର ଦିର୍ଘ ବର୍ଷ ଯେଉଁ ଝିଅକୁ ପାଇବା ପାଇଁ ସହି ଥିଲି କଷ୍ଟ

ମନ ଦେଇ ବସିଲି ତୁମକୁ,

ଆଉ ଭଲପାଏ ବୋଲି କହିଦେଲି ମନ ଖୋଲି,

କିନ୍ତୁ, ତୁମେ ଚିହ୍ନି ପାରିଲନି ମୋ ପ୍ରେମକୁ

କାରଣ, ତୁମେ ମନସ୍ତ କରି ସାରିଥିଲ

ଆଉ କାହା ଅଗଣାର ଚଉରା ମୂଳରେ ସଞ୍ଜବତୀ ଦେବାକୁ

ହେଲେ ମୁଁ ତୁମକୁ ବହୁତ ଭଲପାଏ

ଭଲ ପାଉଥିବି ଏ ସ୍ପନ୍ଦନର 

ପ୍ରତ୍ଯକଟି ନିଶ୍ଯାସ ଚାଲୁଥିବା ଯାଏଁ

ମୁଁ ଜାଣେ ତୁମେ ମୋତେ ଯମା ଭଲ ପାଅନା

କେବଳ ମିଛ କଥା କୁହ,

ଆଉ କର ଖାଲି ଛଳନା

ତୁମର ସେ ମିଛ କଥାକୁ ସୁଣିବା ପାଇଁ

କେଜାଣି କାହିଁକି 'ମୁଁ ପାଗଳ ହୋଇଯାଏ

ଭୂଲେ ମୋ ନିଜକୁ, ଭୂଲେ ଏ ଦୂନିଆଁ

କାରଣ, ମୁଁ ତୁମକୁ ଭଲପାଏ

      ମୁଁ ତୁମକୁ ଭଲପାଏ    !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance