STORYMIRROR

Debabrata Mishra

Abstract Tragedy Inspirational

4  

Debabrata Mishra

Abstract Tragedy Inspirational

ମୁଁ ତନୟା

ମୁଁ ତନୟା

2 mins
213


ମା' ମୁହିଁ ନମସ୍ୟ, ପ୍ରଣମ୍ୟ, ପୂଜ୍ୟ ଥିଲି ଓ ରହିବି

ସ୍ନେହ, ମମତା, ଯତ୍ନଶୀଳତା ମୋର ରକ୍ତେରକ୍ତେ ପରା

ତାକୁ ମୋ'ଠାରୁ କିଏ ବା ନେବ କେମିତି ଛଡ଼େଇ..! 

କର୍ତ୍ତବ୍ଯ, ମୋର ଅଧିକାର ମୋ' ପରିବାର ସୁଖ

ଘରଣୀ ପରା ମୁଁ ସୁସ୍ଥ ସୁନ୍ଦରତା ମୋର ଯେ ଦାୟିତ୍ୱ

ତୁମେ ତ ବାହ୍ଯରୂପରେ ମୁଗ୍ଧ ଅବା ମୋହିତ

ଅନ୍ତଃ ସୌନ୍ଦର୍ଯ୍ୟ କୁ ମୁଁ କେମିତି ପାରିବି ଦେଖାଇ...? 


ହଁ.... ମୁଁ ଜନ୍ମନେଲେ କିଏ ଦିଏ ମୁହଁ ମୋଡ଼ି

ଆଉ କାହାର ଶୁଖିଯାଏ ଓଦା ମୁଖ, ମରିଯାଏ ମନ

ଝିଅଟିଏ କ'ଣ ସତରେ ନିଆଁ ଟିଏ..... ସମସ୍ତେ ଡ଼ରନ୍ତି

କାହିଁକି ମଣିଷର ସେଠି ହାରୁଥାଏ ବାରବାର ବିବେକ, 

କିଏ ଦୋଷୀ ଅବା ଦୋଷ ଦେବି କାହାର ଜାଣେନି

କିଏ ବା କାହିଁକି ଚାହିଁବ ପ୍ରତି ମୁହୁର୍ତ୍ତେ ଆଶଙ୍କା ପାହାଡ, 

ସ୍ଥିତି ପରିସ୍ଥିତି ହିଁ ତ ଦାୟୀ ଆଉ ଦାନବର ଦେହଭୋକ, 


ତଥାପି ମୁଁ ବାନ୍ଧିରଖେ ସାରା ପରିବାର ଜନମନ

ଯେବେ ଧିରେଧିରେ ଦିନବଢେ ମାସବଢେ ହୁଏ କୁନୀଝିଅ

କଣ୍ଢେଇ କିଏ ଡାକନ୍ତି, ପରୀ କିଏ ଓ ଗେଲିମାମା ର ଡ଼ାକ, 

ଫ୍ରକଟିଏ ପିନ୍ଧାଇ ଆହାଃ କି ଆନନ୍ଦ ନିଅନ୍ତି ମୋ'ଠାରୁ

ଅଜସ୍ର ସ୍ନେହ ମମତା ଶ୍ରଦ୍ଧାର ଚୁମ୍ବନ ଦିଅନ୍ତି ଆପଣାର ଲୋକେ, 

ଗୁଲୁଗୁଲିଆ ଚେହେରା ଏକତ୍ରିତ ସଭିଁଙ୍କୁ କରେ ମୁଁ

ଝିଅ ପରା ମୁଁ, ଜନ୍ମରୁ ମରଣ ଯାଏ ସଂସାରେ ସୁଖ ଭରେ, 


ଦେଖିଛି ମୁଁ ସବୁ ନିଜର ମଣିଷଙ୍କୁ କେତେ ସ୍ନେହ ମୋ' ଲାଗି

କାହିଁକି କେଜାଣି ଧିରେଧିରେ କମିଯାଏ ବଦଳିଯାଏ 

ଗେଲ ଆଦରର ମାତ୍ରା, ସମସ୍ତେ ଚାପିରଖନ୍ତି ମନେ ସ୍ନେହକୁ

ଏ କି ପ୍ରକାର ଭୟ କାହିଁକି ବାଧକ ମୋର ବୟସବୟସ. . ? 

କାହିଁକି କାରଣ ମୋର ଶରୀର, କିଆଁ ଗେଲ ଆଦରରୁ ବଞ୍ଚିତ ମୁଁ

ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ବୟସରେ..? 


ଏହାର କାରଣ ମଣିଷ ଖୋଜିଛି ପାଇଛି 

ହେଲେ କାରଣତ ଈଶ୍ବର ଦତ୍ତ, ସ୍ୱାଭାବିକ ପ୍ରାକୃତିକ

ଭଗବାନ ମନକୁ ତ ଦେଇଛନ୍ତି ମହାଶକ୍ତି 

ତେବେ ଶରୀର ପାଇଁ ବିବେକ କାହିଁକି ହାରିଯାଏ ଏଠି, 

ମୁଁ ବଡ଼ ହୁଏ କିଶୋରୀରୁ ଯୁବତୀ ହୁଏ 

ଅଟକି ରହିଥିବା ଗେଲ, ଆଦର ବଦଳେ ପ୍ରେମରେ

କେବେ ତାହା ଭାଇର ଅଲୀଅଳି ଭଉଣୀ ପ୍ରେମ

ଆଉ କେବେ ମା'ର ଓ ବାପାଙ୍କ ଝିଅପାଇଁ ଶ୍ରଦ୍ଧା

କେବେ ପୁଣି ପ୍ରେମିକର ପ୍ରେମ କେତେ ଜଣା ଓ ଅଜଣା, 

ସଭିଏଁ ତ ଭଲପାଆନ୍ତି ତଥାପି ଘୃଣା କେମିତି ଜନ୍ମିଲା ଯେ

ଏହି ସମାଜର ପ୍ରତିଟି ଗଳିକନ୍ଦିରେ. .. କିଏ ଦାୟୀ..? 


ବିବାହର ପରବର୍ତ୍ତୀ ମୋର ବୋହୁ ହେବାର ଘଡ଼ି

କା' ପାଇଁ ହଟିଯାଏ କା ପାଇଁ ଜନ୍ମେ କଷ୍ଟ କୁହୁଡ଼ି

ସ୍ତ୍ରୀ ଟିଏ ହେବା କୌଣସି ପ୍ରଧାନମନ୍ତ୍ରୀ ଠାରୁ କମ୍ ତ ନୁହେଁ

"ସ୍ତ୍ରୀ" କେବଳ ଜଣକୁ ବାହା ହେଲେ ହୋଇଯାଏନି

କେତେ ଲଢେଇ ତାର ସାଧନା ସଂଘର୍ଷ ଚାଲେ ଅନବରତ,

ଦଶଭୂଜାରେ ସଂସାର ଗଢିବାକୁ ହୁଏ ଏଠି, 

ଦୁଇ ହାତ ଦୁଇଗୋଡ଼ ମାତ୍ର କେମିତି ପାରିବ ସେ

ଏ ପ୍ରଶ୍ନର ଉତ୍ତର ନିଜେ ହିଁ ଖୋଜିପାରେ ନିଜଭିତରେ

କହେ ସେ ... ମୁଁ ତନୟା ସମାଜ ପାଇଁ ଅଭିଶାପ ନୁହେଁ ଅଭୟା, 


ନିନ୍ଦାକରେ ଘୃଣା କରେ ପୁରୁଷକୁ ନୁହେଁ

କାପୁରୁଷ ମାଂସଲୋଭି କୁକୁର ରାକ୍ଷସ ଙ୍କୁ, 

ପୁରୁଷ ତ ଯୁଗେଯୁଗେ ନାରୀର ରକ୍ଷକ ସାଜିଛି

କେବେ କୁରୁସଭାରେ ଶ୍ରୀକୃଷ୍ଣ ଦ୍ରୌପଦୀ ଙ୍କ ପାଇଁ 

କେବେ ସାଜିଛି ଲକ୍ଷ୍ମଣ ଦେବୀସୀତା ଙ୍କ ପାଇଁ, 

ମୁଁ କାନ୍ଦିବାର ମୋ ଲୁହ ପାଇଁ କେବେ କେବେ ମୁଁ ହିଁ ଦାୟୀ

ଆଉ କେବେ ସମାଜର ମିଛ ପୁରୁଷ ସତ କାପୁରୁଷ, 

ମୋତେ ବୁଝାଇ ଦିଅ ମୁଁ ବି ବୁଝାଇବି ତୁମକୁ

ଆସ ସମାଜ ଗଢିବା ସଂସାର ଗଢିବା ସୁସ୍ଥ ସମ୍ପର୍କର। 



Rate this content
Log in

Similar oriya poem from Abstract