STORYMIRROR

DHARITRI SAHU

Tragedy Inspirational

4  

DHARITRI SAHU

Tragedy Inspirational

ମୁଁ ତ ଏକାକୀ ଜୀବନେ

ମୁଁ ତ ଏକାକୀ ଜୀବନେ

1 min
320


  ମୋର କେହି ନାହାନ୍ତି.....

 ମୁଁ କାହାରି ନୁହେଁ....

ମୁଁ ତ ଏକାକୀ ଜୀବନେ

 ଏ ଭାବନା ଆସିବାକୁ 

 ଏତେ ଡେରି ହୁଏ କାହିଁକି ପ୍ରଭୁ ?

  ଯେତେବେଳେ 

 ଏହାର ଆଗମନ ହେବ

  ସେତେବେଳକୁ ଏ 

  ଶସ୍ୟ ଶ୍ୟାମଳା ପୃଥିବୀ ଟା

  ବଞ୍ଜର ହୋଇ ସାରିଥିବ...

  ଏ କୁଳୁକୁଳୁ ନାଦୀନି

 ନଦୀ ଗୁଡାକ ଶୁଷ୍କ ବାଲୁକା ପୂର୍ଣ୍ଣ

 ହୋଇ ସାରିଥିବ....

  ଏ ବୃକ୍ଷ ତରୁ ଲତା ପରିପୂର୍ଣ୍ଣ

 ପର୍ବତ ଗୁଡିକ

 ଲଣ୍ଡିତ ମସ୍ତକ ସାଜି 

 ବୌଦ୍ଧଧର୍ମ ଅବଲମ୍ବନ 

 କରି ସାରିଥିବେ....

 ପକ୍ଷୀ ର କାକଳି

 ରୌଦ୍ରତାର ଘୋ ଘୋ 

 ନିର୍ଘରତା ମଧ୍ୟେ 

 ଦୂର ଦିଗ୍ ବଳୟରେ

 ହଜିଯାଇ ସାରିଥିବ....

 ପୁଷ୍ପ ଗୁଡିକ ଭ୍ରମର ଦ୍ଵାରା

  ଅତ୍ୟାଚାରିତ ହୋଇ

  ଭୂପତିତ ହୋଇ ସାରିଥିବେ....

  ମଳୟ ର ସୁଗନ୍ଧ

 ବାତ୍ୟା ର ପ୍ରଚଣ୍ଡତାରେ 

   ଦିଗ ହଜାଇ

 ସମୁଦ୍ରର ଲବଣାକ୍ତ ପବନରେ

 ବିଲିନ ହୋଇସାରିଥିବ.....

 ସମୁଦ୍ର ର ଉତ୍ତାଳ ତରଙ୍ଗ

 କୂଳ ଲଂଘି ତାର ମନୋମୁଗ୍ଧକର

  ସୌନ୍ଦର୍ଯ୍ୟ ହରାଇ ସାରିଥିବ....

 ଶିଶୁ ହସର ଅମୃତ ପିୟୁଷ

 ହଳାହଳ ବିଷ ରେ ହଜିଯାଇ

 ଏ ପୃଥିବୀ କୁ 

 ଧ୍ୱଂସ ମୁଖର କରିସାରିଥିବ....

 ନିଜ ପେଟର ଜନ୍ମିତ ସନ୍ତାନ

 ତାର ବାଲ୍ୟତା ଭୁଲି 

 ଯୌବନ ର ଉଦ୍ଦାମ ତାରେ

 ବିଭୋର ହୋଇ ସାରିଥିବ.....

 ଆତ୍ମୀୟତା ,ଅନ୍ତରଙ୍ଗତା ହଜି

 କେବଳ ସ୍ଵାର୍ଥରପାଉଁଶ ଗଦା 

  ଆକାଶ ଛୁଉଁଥିବ.....

  ଗର୍ବ ଅହଙ୍କାରର ସ୍ରୋତ

  ତଡିତ୍ ର ପ୍ରବାହ ଭଳି

 ଆଭୁମଣ୍ଡଳ କବଳିତ  

    କରିସାରିଥିବ.... 

 ଆଉ ଅବଶେଷ ଥିବ କଣ?

 କେବଳ ଯନ୍ତ୍ରଣା ଜର୍ଜରିତ

 ଅବସନ୍ନ ଶବତା

 ଆଉ ତା ମଧ୍ୟରେ ମୋହ ମାୟାର

  ଗଢା ଏକ କୋକେଇ.....

  ସେ ସମୟରେ

 ସମୟର କରାଳତା

 ଏ ଅମୂଲ୍ୟ ସଂଳାପ ଏକାକୀ ଜୀବନେ"ର

  ଦିବ୍ୟତାକୁ ମୂଲ୍ୟ ଦେବ ତ?.....।


Rate this content
Log in

Similar oriya poem from Tragedy