STORYMIRROR

Pratima Satpathy

Children

3  

Pratima Satpathy

Children

ମୁଁ ଶିଶୁଟଏ

ମୁଁ ଶିଶୁଟଏ

1 min
198


ମୁଁ ଏକ କଅଁଳ ନିଷ୍ପାପ ଶିଶୁଟି

    ଭଲ ମନ୍ଦ ଜାଣି ନାହିଁ

ପରିବେଶ ଆଉ ପରିବାର ମୋର

     ଶିକ୍ଷା କେନ୍ଦ୍ରଟି ଅଟଇ ।


ମାଆ ମୋ ଅଟନ୍ତି ପ୍ରଥମ ଶିକ୍ଷକ

    ତାଙ୍କ ଠାରୁ ଶିକ୍ଷା ପାଇ 

ଯେଉଁପରି ମୋତେ ଶିକ୍ଷା ଦେବେସିଏ

    ସେହିପରି ହେବି ମୁହିଁ ।


ଭଲ ଶିକ୍ଷା ଭଲ ମଣିଷ କରିବ

    କୁବୁଦ୍ଧି କରିବ ଚୋର

ଆମେ କୁନି ଶିଶୁ ଜାଣିନାହୁଁ କିଛି 

  ଭଲ ମନ୍ଦର ବିଚାର ।


ବିଶ୍ବ ପାରାବାର ମୁକ୍ତାମାଳା ଆମେ

    ଧରଣିର ସୁନା ଫୁଲ 

ପଦ୍ମପତ୍ରେ ଜଳ ପରି ଢଳ ଢଳ

     ହୃଦୟ ଆମ ନିର୍ମଳ ।


ଧରି ନୂଆଆଶା ବିଶ୍ଵାସରେ ଆମେ

    ଗଢିବାରେ ଶାନ୍ତି ସ୍ତୁପ

ଉଚ୍ଚ, ନୀଚ, ଜାତି ଅଜାତିର ପ୍ରଥା

   କରିବା ମିଶି ବିଲୋପ ।


ଭଲ ପିଲା ହୋଇ, ଭଲ ପାଠ ପଢି

   ନମ୍ରତା କରି ଭୁଷଣ

ସତ୍ୟ, ଶାନ୍ତି, ଦୟା କ୍ଷମା, ଭକ୍ତି ସ୍ନେହ

     ହେବରେ ଆମରି ଧର୍ମ ।


ଦେଶ ପାଇଁ ଜୀବନକୁ ବଳି ଦେବା

    ରହିବ ଆମର ଲକ୍ଷ୍ୟ

ଶତ୍ରୁ ମୁକାବିଲା କରିବାକୁ ସର୍ବେ

     କରିବା ଦୃଢ଼ ସଂକଳ୍ପ ।


ଅନ୍ୟାୟ, ଅନୀତି ବିରୁଦ୍ଧରେ ଯାଇ

   କରିବା ମହା ସଂଗ୍ରାମ 

ମୁଣ୍ଡ ନୁଆଁଇବା ନାହିଁ କାହା ପାଶେ

    ଆସିଲେ ଦୁଃଖ କଷଣ ।


ବିନ୍ଦୁ ବିନ୍ଦୁ ଜଳ ମିଶିକରି ସିନ୍ଧୁ

    ହୋଇଛି ଭଉଣି ଭାଇ 

ଛୋଟ ବୋଲି ଭାବି ନିର୍ଯାତନାଦେଲେ

    ଡରି ଯିବା ନାହିଁ କେହି ।


ଆଜି ଆମେ ଛୋଟ ପିଲା ଅଛନ୍ତି ରେ

   କାଲିକି ହୋଇବା ବଡ

ନିଜ ଅଧିକାର ସାବ୍ୟସ୍ତ କରିବା

   ଆସୁ ଯେ ବତାସ ଝଡ।


ହାତରେ ହାତକୁ ମିଶାଇ ଆମେରେ

   ଗଢ଼ିବା ନୂଆ ଜଗତ

ବୃକ୍ଷ ଲଗାଇ ରୋକିବା ପ୍ରଦୂଷଣ

   ହୋଇବ ସ୍ୱଚ୍ଛ ଭାରତ ।


ଧ୍ରୁବ, ପ୍ରହଲ୍ଲାଦ, ବାଜି ରାଉତ ଓ

    ଧରମାର ତ୍ୟାଗ ଦାନ 

ଏକଲବ୍ୟ, ଆରୁଣୀ ଓ ଉପମନ୍ୟୁ

    ଆମର ଆଦର୍ଶ ଜାଣ ।


କମ୍ପୁଟର ଯୁଗ ପିଲାରେ ସମସ୍ତେ

    ବିପଦକୁ ଡରିବାନି

ଶୁଣିବାନି କେବେ ଖରାପ କଥା ଓ

   ଖରାପ ବି କହିବାନି ।


କରିବାନି କେବେ ଖରାପ କାମ ରେ

   ନେ଼ଇଣ ଏହି ଶପଥ

ସ୍ୱର୍ଣ୍ଣ ଅକ୍ଷରରେ ଇତିହାସ ରଚି

    ଗଢ଼ିବା ସ୍ୱର୍ଣ୍ଣ ଭାରତ ।



Rate this content
Log in

Similar oriya poem from Children