STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ମୁଁ ସ୍ବାର୍ଥପର ମଣିଷ

ମୁଁ ସ୍ବାର୍ଥପର ମଣିଷ

1 min
341


ବଡ଼ ସ୍ବାର୍ଥପର ମଣିଷ ମୁଁ ଅଟେ

   ଜାଣିଛ କି ନାହିଁ ତୁମେ

ନ ଜାଣିଛ ଯଦି ଜାଣିନିଅ ଏବେ

  ରହିଛ ଯେତେ ଏ ଭୂମେ।


ଯେବେ ଶିଶୁଥିଲି ମାଆ ମାଆ ବୋଲି

   ଡାକିଲି କ୍ରନ୍ଦନ କରି

କେଡେ ସରାଗରେ କୋଳେଇ ନିଅନ୍ତି

  ସ୍ନେହ ପ୍ରେମ ହୃଦେ ଧରି।


ବାପାଙ୍କର ଥିଲି ନୟନ ପିତୁଳା

   ଭାଇଙ୍କର ଗଣ୍ଠିଧନ

ଭଉଣୀଙ୍କ ଥିଲି ଅନ୍ଧର ଲଉଡି଼

   କାକାଙ୍କ ହୃଦୟ ପ୍ରାଣ।


ଦିନେ ସବୁଥିଲେ ଅତି ହିଁ ନିଜର

   ବୟସ ହେବାରୁ ମୁହିଁ

ସଭିଙ୍କୁ ତେଜିକି ଧରିପଳା ହେଲି

   ଅଧିକାରକୁ ମୁଁ ଚାହିଁ।


ପରଝିଅ ମୋର ନିଜର ହୋଇଲା

   ନିଜର ହୋଇଲେ ପର

ଧକ୍କାଦେଲା ପରି ଗୋଟିଗୋଟି ସବୁ

   ତେଜିକଲି ସାତପର।


ବିବାହ ପରଠୁ ବାପା ଓ ମାଆଙ୍କୁ

   ପୁଅ ଜନ୍ମ ପରେ ଭାଇ

ଭଉଣୀଙ୍କୁ ମୁହିଁ ପୂରା ଭୁଲିଗଲି

  ମୋ' ପ୍ରେମରେ ମୁହିଁ ବାଇ।


ଅର୍ଥ ହେବାପରେ ଭୁଲିଲି ଗରିବ

   ଭୁଲିଲି ସାହି ପଡି଼ଶା

ଗାଆଁକୁ ଭୁଲିକି ସହରେ ରହିଲି

   କରି ବଡ଼ବଡ଼ ଆଶା।


ସମୟର ଚକ୍ର ବଡ଼ ବଳବାନ

   ମୋତେ ଭୁଲାଇକି ନେଲା

ନିଜର ଲୋକଙ୍କୁ ପର କରିଦେଇ

   ପରକୁ ଆପଣା କଲା।


ଭାଇଙ୍କୁ ତେଜିକି ଶଳା ଆପଣାର

  ଭଉଣୀକୁ ତେଜି ଶାଳୀ

ବାପା ମାଆ ତେଜି ଶ୍ବଶୂର ସହିତ

   ଶାଶୂ ଆଜି ଶକ୍ତିଶାଳୀ।


ଭୁଲି ଯାଇଥିଲି ଯେଉଁମାନଙ୍କୁ ମୁଁ

   ବୁଢା଼କାଳେ ମନେକରି

ଡାକୁଛି ସଭିଙ୍କୁ ଦେଖାଦେଇ ଯାଅ

   ଯମ ଦେଲାଣିରେ କୋରି।



Rate this content
Log in

Similar oriya poem from Abstract