STORYMIRROR

Rabindra kumar Sahoo

Tragedy Inspirational

3  

Rabindra kumar Sahoo

Tragedy Inspirational

ମୁଁ ପତିତ

ମୁଁ ପତିତ

1 min
254

 ସମାଜ ଆଖିରେ

       ମୁଁ ନିନ୍ଦିତ

ଉଚ୍ଚ ଶ୍ରେଣୀଙ୍କ ଚକ୍ଷୁରେ

         ମୁଁ ଘୃଣିତ

ମୋ'ର ଜାତି ନୀଚ୍ଚ

ତେଣୁ ସମାଜେ

   ଅଟେ ମୁଁ ପୀଡ଼ିତ ।

ଦେଶ, ଜାତି

  ତଥା ସମାଜ ପାଇଁ

 ଜୀବନ ଅଟେ ମୋ ଆରତ

  ଏହି ମାତୃଭୂମି

 ମୋ'ର ଭାରତ

ତା'ର ଭାଷା, ସଂସ୍କୃତି

ସାରା ଜଗତେ

  କେଡେ ମହତ ।

କିମ୍ପାଇଁ ତେବେ

 ସମାଜର

ଏ ବଡ଼ପଣ୍ଡା ମାନେ

ସମାଜକୁ କରି

 କବଳିତ

ମୋତେ ଦିଅନ୍ତି

  ଆଖ୍ୟା ପତିତ

ମୁଁ ନୁହେଁ ଜଡ କି ପାଷାଣ

 ମୋ ଜନ୍ମ ଓ ଜୀବନର

  ନାହିଁ କିଛି ମହତ୍ତ୍ଵ

କି ପାଇଁ ସମାଜ

 କରେ ମୋତେ 

  ଏତେ ହନ୍ତସନ୍ତ

ଜନ୍ମିଛି ବୋଲି

ନୀଚ୍ଚ ଶ୍ରେଣୀ ଓ ଜାତିରେ

 ସଦା ସର୍ବଦା

  ଶୁଣୁ କି ଥିବି

    ଖାଲି ମୁଁ ପତିତ ?

ଜୀବନଟା ମୋ'ର

   ଯନ୍ତ୍ରଣା ଜର୍ଜରିତ

ହକ୍ ନ୍ୟାୟ କରିପାରେନି

  ମୁଁ ସାବ୍ୟସ୍ତ

କଣ୍ଠରୋଧ କରନ୍ତି

  ସମାଜର ବଡ ପଣ୍ଡିତ

ଧନ, ଜ୍ଞାନ ଓ ମାନରେ

ସମାଜେ ନୁହେଁ

     ମୁଁ ପରିଚିତ

ଯେହେତୁ ମୁଁ ପତିତ।

ଏହି ଶ୍ରେଣୀ ବ୍ୟବସ୍ଥା

  ଏ ଜାତି ପ୍ରଥା

ଏ କଳୁଷିତ ପ୍ରଥା

ସମାଜକୁ କରୁଛି କଳଙ୍କିତ

 ସମ୍ବିଧାନକୁ ଆମର

    କରେ ବ୍ୟଥିତ

ମୁଁ ଭାବୁଛି

  କାହିଁକି ଆଜି ବି

ଏ ସମାଜେ

   ମୁଁ ପତିତ ?

ଆମ ସ୍ଵାଧୀନତା

 ଆମ ଗଣତନ୍ତ୍ର

  ସବୁ କ'ଣ

ତେବେ ବିପଥ

ଆମ ନେତା, ନୀତି, ଆଦର୍ଶ

ଆମ ବିଦ୍ୟା, ବୁଦ୍ଧି,ବିଚାରବିମର୍ଶ

ସବୁ ତେବେ କ'ଣ

  ପୋଥିଗତ

ସତ ରବି କ'ଣ

ହୋଇଯିବେ ଏଠି ଅସ୍ତମିତ

ଜ୍ଞାନର ଆଭା

 ହୋଇଯିବ କି ସଂକୁଚିତ

ଏଇ ଭୂମି ଯଦି

 ମୋ'ର ପୁଣ୍ୟଭୂମି ଭାରତ

 ଏ ଦେବ ଭୂମିରେ

 କାହିଁ ପରିଗଣିତ

ହେବି ମୁଁ ପତିତ

  ଦେଶ ପ୍ରଗତିରେ

ଯିଏ କରେ ପଥରୋଧିତ

କି ଲୋଡା ସେ

   ପ୍ରଥା, ପରମ୍ପରା

କିମ୍ପା ଘୃଣିତ, ଲାନ୍ଛିତ ଭାବେ

ସମାଜେ ପରିଗଣିତ ହେବି

    ମୁଁ ପତିତ


Rate this content
Log in

Similar oriya poem from Tragedy