STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ମୁଁ ପ୍ରକୣୣୣୣତି

ମୁଁ ପ୍ରକୣୣୣୣତି

1 min
138

ମୁଁ ଏବେ ପୁରା ବଦଳିଗଲିଣି

ମୋତେ କମ୍ ଜଣ ଭଲ ପାନ୍ତି

ଶୀତ ଋତୁ ହେଲେ ବଣଭୋଜି

ନ ହେଲେ ଅଜା ମାମୁଁ ଘର ବୁଲି

କିଛି କିଛି ଜଣ ମୋତେ ଦେଖନ୍ତି

ବହୁତ ଭଲ ପାନ୍ତି ଆଉ ନିଜେ

ମୋ ସୁନ୍ଦରତା ଭିତରେ ହଜିଯାନ୍ତି


ହେଲେ ସେମାନେ ଭୂଲନ୍ତିନି ବିଲ୍କୁଲ୍

ଯେଉଁ ମାନେ ମୋତେ ଗଢିଛନ୍ତି

ଯତ୍ନ କରି ବଢାଇଛନ୍ତି ଏ ଯାଏଁ

ମୋ ପାଣି,ପବନ ଓ ମାଟିର

ବାସ୍ନାରେ ହଜି ବଂଚିପାରନ୍ତି


ମୋତେ ଏବେ ଏବେ ଭ୍ରାମ୍ୟମାଣ ଯନ୍ତ୍ର

କି ଅବା ଦୁରଦର୍ଶନ ରେ ଦେଖିବାକୁ

କୁନି କୁନି ପିଲା ଯେତେ ଅଛନ୍ତି

ସତରେ ଭାରୀ ଭଲ ପାନ୍ତି ମୋତେ

ହେଲେ ମୋ ସୁଖଦୁଃଖ ବୁଝିପାରନ୍ତିନି

କାରଣ ସେମାନେ ବି ବଡଙ୍କଠାରୁ

ସବୁ ଜ୍ଞାନ ଶିଖୁଛନ୍ତି ଆଉ ଦେଖୁଛନ୍ତି


କଥାରେ ଏତିକି ଦୁଃଖ ଯେ ମୋତେ

ମୋ ପରିବାରକୁ ନିଶ୍ଚିହ୍ନ କରିବା ପାଇଁଁ

ଆଜିକାଲି ଗାଁ ରେ ବି ମୁଁ ବଦଳିଗଲିଣି

ଆଉ ଗାଁ ଗାଁ ହେଇକି ମୁଁ ଆଜି କ୍ଳାନ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract