STORYMIRROR

shmitaa mohanty

Inspirational

3  

shmitaa mohanty

Inspirational

ମୁଁ ଓଡ଼ିଆ

ମୁଁ ଓଡ଼ିଆ

1 min
337

ଜାତି ମୋ ଓଡ଼ିଆ ଭାଷା ମୋ ଓଡ଼ିଆ

ଓଡିଶା ଆମରି ମାଆ.....

କର୍ତ୍ତବ୍ୟର ପଥେ ଚାଲି ଚାଲି ଆମେ

ରଖିବା ତାହାରି ନାଆଁ

ପ୍ରାଣବଳି ଦେଲେ କେତେ ସୁରବୀର

ଲୋଡି ନ ଥିଲେ ସେ ନାଆଁ

ବିଶ୍ଵେ ଅଟେ ଯା'ର ସସ୍କୃତି ନିଆରା

ସେଇତ ଆମରି ମାଆ....

ଓଡିଶା ଆମରି ମାଆ

କୋଣାର୍କ ଧଉଳି ବଖାଣେ ଅତୀତ

ଗଡଖାଇ ଆଜି ହୋଇଛି ଠିଆ

ମହାନଦୀ ଠାରୁ କାଠଯୋଡ଼ି ଯାଏ

କେତେ ଛୋଟ ବଡ ଗାଆଁ

ଓଡିଶା ଆମରି ମାଆ

ଧନ୍ୟ ହେଲା ଏଇ ଜୀବନ ଆମର

ତୁଣ୍ଡେ ଡାକି ତାକୁ ମାଆ

କୀର୍ତ୍ତିରାଜି ତା'ର ସାଇତି ରଖିବୁ

ହେବୁନିରେ ଅମାନିଆ

ଓଡିଶା ଆମରି ମାଆ

ସେଇତ ଆମରି ମାଆ



Rate this content
Log in

Similar oriya poem from Inspirational