ମୁଁ ଓଡ଼ିଆ ପୁଅ
ମୁଁ ଓଡ଼ିଆ ପୁଅ
ସକାଳୁ ସକାଳୁ ଭାରି ମନେ ପଡ
ସାରା ଦିନ ଟାଣ ଖରାଟାର ଅତ୍ୟାଚାର
ପଶ୍ଚିମ କାନ୍ଥରୁ ଦିନବନ୍ଧୁଙ୍କ ବିଦାୟ ଦୃଶ୍ୟ
ମୋର ମନରେ ଉଦ୍ଦୀପନ ଜାଳେ ,
ଆଉ କିଛି ମୁହୂର୍ତ୍ତ
ମୁହଁ ସନ୍ଧ୍ୟା ହେଲେ ତୁମ ପ୍ରତିଛବି
ଏଇ ସାଗର ଉର୍ମିରେ ନାଚି ଉଠିବ ।
ସାଗର ବୀଚ ହେବ ସୌନ୍ଦର୍ଯ୍ୟମୟ
ତୁମେ ମୋର କଳ୍ପିତ କଳ୍ପନା ସୁନ୍ଦରୀ ନୁହଁ
ପେନ୍ଥା ପେନ୍ଥା ମଲ୍ଲୀ ଫୁଲର ସଂଭାର
ବେଳାଭୂମି ସାରା ସୌରଭ ବିଛେଇ ପଡେ
ମୁଁ ସାଉଁଟି ସାଉଁଟି ଥକି ଗଲେ
ତୁମରି କୋଳରେ ପାଏ ......
ଆଜି ଅପେକ୍ଷା ଭାରି କଷ୍ଟ ଦାୟକ
ଗ୍ରୀଷ୍ମପ୍ରବାହର ତାପ କ୍ଷୟ
ତଥାପି କାହିଁକି ବିଳମ୍ବ
ବିରହେ ଅଧିର ମନ ବାହୁନେ ବିଳାପେ
ଆଉଟ ପାଉଟ ମନ ବୋଲ ମାନୁନି
କେତେବେଳେ ତୁମ ସଙ୍ଗେ ଦେଖା ହେବ ।
ଅଶାନ୍ତ ବଳୟ ଭିତରେ ଶ୍ଵାସ ରୁଦ୍ଧ
ଧୀରେ ଧୀରେ କବଳିତ କରୁଛି ନିର୍ଜନତା
ହୃଦୟ ସ୍ପନ୍ଦନ ତୀବ୍ରତର
ପାଦ ତଳୁ ଉତ୍ତାଳ ତରଙ୍ଗ ଧୋଇ ନେଉଛି
ଅଜସ୍ର ବାଲୁକା ରାଶି ।
କି ଦେଇ ତୋଳିବି ପ୍ରମର ମନ୍ଦିର ,?
ତୁମ ମୂର୍ତ୍ତିର ଉନ୍ମୋଚନ କରିବି,
ମୋର ପ୍ରେମ ପଞ୍ଚାକ୍ଷର ମନ୍ତ୍ରରେ
ମନ୍ତୁରେଇ ପ୍ରୀତି ଗଙ୍ଗା ଜଳରେ ସିକ୍ତି କରି
ନାଲି ଆବରଣ ଢାଙ୍କି ମନ ତଳେ ସାଇତିବି ।
କେମିତି ସମ୍ଭବ ?
ଆକାଶ ଛାତିର ଜହ୍ନ ତାରା ଅପସରି
ଘର ବାହୁଡ଼ା ।
ତୁମେ ଏତେ ନିଷ୍ଠୁର.....
ଭୂଲି ଗଲ ମୋର ସୀମା ହୀନ ସ୍ନେହକୁ,
ଅକୁହା କଥାକୁ ବୁଝି କାହାଣୀ କରୁ ଥିଲ
ଆଜି ଶଦ୍ଦ ଅନ୍ୱେଷଣ ।
ମୁଁ ଜାଣେନା ଆଉ କେବେ ଏଠି ପାଦ
ପଡିବ କି ନା ;
ତେଣୁ ତୁମର ଯେତେ ସ୍ମୃତି ଭାର କରିଛି
ବ୍ୟବସାୟ କରିବିନି
ସାରା ଟା ଜୀବନ ବୋହିବି
ଏଇଠି ମୋର ସକାଳର ସୁନେଲି ସପନ
ନିତି ଉଇଁ ଆସିବ ନୂଆ ରୂପରେ
ନୂତନ ଆଲୋକ ଆଭାସ ଦେଇ ...।

