STORYMIRROR

Bikesh Sahu

Tragedy

5.0  

Bikesh Sahu

Tragedy

ମୁଁ ମରିଗଲା ପରେ

ମୁଁ ମରିଗଲା ପରେ

1 min
581


ମୁଁ ମରିଗଲା ପରେ

ପ୍ରଥମ କରି ବୁହା ହୁଏ

ରାଜଧାନୀର ରାଜଦାଣ୍ଡକୁ

ମୋ ପାଇଁ ରେଲି ଛୁଟେ

ହଜାର ହଜାର ଲୋକଙ୍କ ଗହଳି ହୁଏ

ରାଜଧାନୀର ରାଜ ରାସ୍ତାକୁ ଶେଯ କରି

ମୋତେ ଶୁଆଇ ଦିଆଯାଏ

ଦାମିକା ଧୋତିର ଘୋଡଣି ତଳେ ।

ମୋତେ ବାରମ୍ବାର ସଜାହୁଏ

କେତେ ସଜ ଆଉ ବାସି ଫୁଲର ମାଳରେ

ମୋତେ ବାରମ୍ବାର ଢଙ୍କା ହୁଏ

କେତେ ଧୋତି ଆଉ ଚଦର ଉହାଡରେ

ମୋ ଶବ ସାମ୍ନାରେ

ରାଜଧାନୀର ରାଜ ରାସ୍ତା ଭିଜେ

କେତେ ନେତା ମନ୍ତ୍ରୀଙ୍କ କୁମ୍ଭୀର କାନ୍ଦଣାରେ ।

ଆଉ ସେଥି ଭିତରେ

ପୁଣି ଥରେ ମୁଁ ହଜି ସାରିଥାଏ

ସେଇ ଜନାରଣ୍ୟ ଭିତରେ

ତା ସାଙ୍ଗକୁ ହଜି ଯାଏ ମୋ ସାବି ବୋଉର କାନ୍ଦ

ଧିମେଇ ଯାଏ ମୋ ସାବିର ଅଭିମାନ

ଭାଙ୍ଗି ଯାଏ ମୋ ଗଗନାର ସୁନେଲି ସ୍ଵପ୍ନ ।

ଖାଲି ଶୁଭେ ତ

ମୋ ନାଆର ଅସ୍ପଷ୍ଟ ନାର ବାଜି

ମୋ ମୃତ୍ୟୁ ପାଇଁ ବୃଥା ନ୍ୟାୟ ଦାବୀ

ବିରୋଧୀ ଦଳର ନେତା

ଆଉ ମଦ ମାଂସ ଖିଆ କର୍ମୀଙ୍କ ପାଟିରେ ।

ପୁଣି ପ୍ରଥମ ଥର ପାଇଁ

ମୋ ଫଟୋ ଉଠେ

ମୋ ନାଆରେ ଖବର ଛପେ

ଟିଭିରେ ନ୍ୟୁଜ୍ ଆସେ

ନେତା ଠାରୁ ମନ୍ତ୍ରୀ ସମସ୍ତଙ୍କ ସୁଅ ଛୁଟେ

ରାଜଧାନୀ ବନ୍ଧ ଡକରା ହୁଏ

କେତେଦଳର ପତାକା ଉଡେ

କେତେ ଲୋକଙ୍କ ଆସର ଜମେ

ଜିନ୍ଦାବାଦ୍ ଆଉ ମୁର୍ଦାବାଦର ସ୍ଵରରେ

ସହରଟା ଉଠେ ଆଉ ପଡେ ।

ହେଲେ ମୁଁ

ସେମିତି ସଢୁଥାଏ ,ଜଳୁଥାଏ , କାନ୍ଦୁଥାଏ

ଅତୃପ୍ତିର ନିଷ୍କର୍ଷରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy