ମୁଁ ମଲାପରେ
ମୁଁ ମଲାପରେ
ମୁଁ ମଲାପାରେ
ମୁଁ ମଲାପାରେ
ମୋ ସହ
ଦିନେ
ଏମିତି ଅବସ୍ତା ହବ
ପ୍ରତିବିମ୍ବ ଉଭେଇ ଜୀବ
ଦର୍ପଣରୁ ଦିନେ
ଆଉ ଫେରିବେନି ବୋଲି good bye କହି
ଟାଇଁ ଟାଇଁ ଗ୍ରୀଷ୍ମ ଆଲୋକରେ
ଦିନ ବାରଟାରେ
ନିଜ ଛାଇ ବି ଦୃଶ୍ୟମାନ ହେବନି
ପୂର୍ବାହ୍ନ କି ଅପରାହ୍ନରେ ଆଉ
ଘଟ ଛୁଟିବାର କ୍ଷଣିକ ପୂର୍ବରୁ
ନିଃଶ୍ୱାସ ବି ହେବ ରୁଦ୍ଧ
ପରିଚୟ ଲିଭିଯିବ
ମାୟା ଜଞ୍ଜାଳର ଦୁନିଆ ବୁକୁରୁ
ଜିଇଁବାର ଉତ୍କଣ୍ଠା ସବୁ
ଆତ୍ମାରେ ସାହାସ ବାନ୍ଧୁଥିବ
ପୁଣି ଥରେ ବଞ୍ଚିବାକୁ ଦୁନିଆରେ
ହେଲେ ପାରୁନଥିବ
ଉଦାସ ହେଉଥିବା ମନ ବାରମ୍ବାର ବିଫଳରେ
ମୁଁ ମଲାପରେ
ଧରାରୁ ବିଦାୟର କ୍ଷଣିକ ପରେ
ପଡ଼ିଯିବ ଚାରିଆଡ଼େ ଚହଳ
ଆଖପାଖ ବନ୍ଧୁବାନ୍ଧବ ହୋଇଯିବେ ଗହଳ
ସୁବିବ କୋଳାହଳ
