ବିଚିତ୍ର ଦୁନିଆ
ବିଚିତ୍ର ଦୁନିଆ
ବିଚିତ୍ର ଦୁନିଆ
ବାସ୍ତବରେ
ଅନନ୍ତ ବ୍ରହ୍ମାଣ୍ଡରେ
ସୂକ୍ଷ୍ମ ଏକ ଖଣ୍ଡ
ପୃଥିବୀ ନାମରେ ତାହା ବିସ୍ତୃତ ଭୂଖଣ୍ଡ
କେଜାଣି କେଉଁ କାଳରୁ
କାହା ନିର୍ଦ୍ଦେଶର କୃତି
ବିଚିତ୍ର ବ୍ରହ୍ମାଣ୍ଡ ପୁଣି ଚମତ୍କାର ସୃଷ୍ଟି
ଏଇଠି ଅସମ୍ଭବର ସମ୍ଭବ ଖୋଜିବୁଲେ ଏଇ ମଣିଷ
ତ ଅନ୍ୟ କଉଠି
ଘରବାଡ଼ିର କେଉଁ ଏକ କୋଣରେ
ବୁଢୀ ମାଙ୍କଡସା ଜାଲରେ
ବୁଢିଆଣୀ ର ସନ୍ତୋଷ
କେଉଁ ଏକ ଅଦୁର ବଣ ପାହାଡ଼
ଅବା ଜାତୀୟ ରାଜପଥ ଧାରେ ଧାରେ
ଆହାର ଅନ୍ଵେଷଣେ ବେରଙ୍ଗି ପିମ୍ପୁଡ଼ିର ଲମ୍ଭା ଧାଡ଼ି
ତ କେଉଁଠି
ଘନ ଜଙ୍ଗଲ ଭିତରେ ବାଘ ଭାଲୁର ମିରିହ ନାଟ
କେବେ କେବେ ଛୋଟ ଏ ମଣିଷ ମନରେ
ପ୍ରେମ ଆଉ ଭଲପାଇବା ର ବେଦରଦି ବିରହର ବ୍ୟଥା
ତ ଆଉ କେବେ
ସିଗାରେଟ ଓ ମଦ ବୋତଲରେ
ବିନ୍ଦାସ ଜିନ୍ଦେଗି
ଆଉ କେବେ ପୁଣି ପରିବାରର ଜଞ୍ଜାଳମୟ ଚିନ୍ତା
କେହି ପୁଣି ପୁରାତନକୁ ସାଉଁଟି ଧରି
ନୂତନ ର ପ୍ରୟାସ କରେ ତ
ଆଉ କେହି ନୂତନ ର ଅନ୍ୱେଷଣେ
ପୁରାତନକୁ ଭୁଲିଯାଏ
ତଥାପି ବିଚିତ୍ର ଏଇ ଦୁନିଆ
କେବେ ପୁଣି
ଯେଉଁଠି ସମ୍ବିଧାନ ର ଆଧାରରେ ପ୍ରଶାସନ ଠିଆ ହୁଏ
ସେଇଠି ପୁଣି ସେଇ ପ୍ରଶାସନ ସମ୍ବିଧାନକୁ ହତ୍ୟା କରେ
ଭୂଗୋଳ ରୁ ବିଜ୍ଞାନ
ଇତିହାସରୁ ବର୍ତ୍ତମାନ
ସବୁଠି ସେଇ ଗୋଟିଏ ପ୍ରଶ୍ନ
ସ୍ରଷ୍ଟା ଙ୍କ ଏଇ ସୃଷ୍ଟିରେ ବିଚିତ୍ର ପ୍ରଶ୍ନ
ଭଗବାନ କିଏ ?
କଉଠି ଆଲ୍ଲା ତ କଉଠି ରାମ
କଉଠି ଯୀଶୁ ତ କଉଠି ନାମ
ଆଉ ପୁଣି କଉଠି ଭଗବାନଙ୍କୁ ପାଇବାର ଅନାବନା ମାଧ୍ୟମ
କଉଠି ପୁରାଣ ତ କଉଠି କୋରାନ
କଉଠି ବାଇବେଲ ତ କଉଠି ହରିବୋଲ
ତଥାପି ସବୁ ଲାଗେ ବାସ୍ତବିକ
କଉଠି ମଦମୁକ୍ତ ରାଜ୍ୟ ଲାଗି ପ୍ରଶାସନର ଘନ ଘନ ପ୍ରୟାସ
ତ କଉଠି ସରକାର ମହୁଲି ମଦ ଦୋକାନ
କ୍ଷମତା ଲାଗି କେଉଁଠି ନିର୍ବାଚନରେ ତତଲା ରାଜନୈତିକ ମାହୋଲ
ତ କଉଠି ଆନୁଷ୍ଠାନିକ ମଞ୍ଚରେ ଉଭୟ କୋଳାକୋଳି ପରିବେଶ
ସତରେ ବିଚିତ୍ର ଏଇ ଦୁନିଆ
