STORYMIRROR

Anuja Behera

Abstract Classics Inspirational

4  

Anuja Behera

Abstract Classics Inspirational

ଏମିତି କଣ ଲେଖିହୁଏ

ଏମିତି କଣ ଲେଖିହୁଏ

1 min
3

ଏମିତି କଣ ଲେଖିହୁଏ 

ଅକ୍ଷର ଧାଡ଼ିରେ କଣ ଲେଖିହୁଏ
ପୂର୍ଣ୍ଣଚ୍ଛେଦ ର ପରିପୂର୍ଣ୍ଣ ଭାଷା
ନା କଣ ଲେଖିହୁଏ ସୃତି ଯେତେ ଅତୀତର
ବେଦରଦୀ ଭାଷା
ନା ଶୀତ ସକାଳରେ 
ଧୂଆଁ କୁହୁଡ଼ିରେ 
କାକର ପାଣିର କଥା ....

ନା ଲେଖିହୁଏ  
ଅସ୍ତଗାମୀ ସୂର୍ଯ୍ୟର ବେଳବୁଡ଼ା ପଥେ ପଥେ 
ଏକାକୀ ପବନର ତାଳେ ତାଳେ ଉଡୁଥିବା 
ଝଡ଼ା ପତ୍ରର କଥା

ନା ଲେଖିହୁଏ
ରାତିର ନିରୋଳା ଅନ୍ଧାର ଆକାଶରେ
ମିଞ୍ଜି ମିଞ୍ଜି ତାରକାଙ୍କ ଟୁପ ଟାପ୍ ଗପସପ
ସତରେ କଣ ଲେଖିହୁଏ 
ଧରା ବସୁଧାର ହୃଦ ଅନ୍ତରାଳ ର 
ବୁକୁଫଟା ବ୍ୟଥା

କଲମ ମୁନ କଣ ଜାଣିପାରେ
ମାଟିର ମଣିଷ ଓ ବସି ଫୁଲର ବେଦନା

ନଇ ସିନା ପାହାଡ଼ରୁ ଝରେ
ହେଲେ ସବୁ ଭାଗ୍ୟରେ କଣ ସାଗର ଥାଏ
ସବୁରି ଆଖିରୁ ପ୍ରତାରଣାର ଲୁହସିନା ଝରେ
ହେଲେ ସବୁ ଲୁହ ବୁନ୍ଦା କୁ ନେଇ କଣ 
କବିତା ଲେଖିହୁଏ

ସତରେ କଣ ଲେଖିହୁଏ
ସମୟ ସ୍ରୋତରେ ନିସହାୟ ଶୁଷ୍କ ତୃଣପରି
ଭାସି ଚାଲୁଥିବା ମାନବୀୟ ଜୀବନର
ଏତଃ ସ୍ତତଃ ପରିଭାଷା

ଆଉ ସତରେ କଣ ଫେରି ହୁଏ
ସମୟର ସେଇ ଅପେରା ଅତୀତକୁ
ନା ଦେଖିହୁଏ ଆଦେଖା ଭାବିଶ୍ୟକୁ 

ନା ଲୁଖିହୁଏ ନିରବତା ହୃଦୟ ପଛର
ଗଭୀର ଆଘାତକୁ
ବାସ୍ତବରେ ଏମିତି ବି କଣ ଲେଖିହୁଏ


Rate this content
Log in

Similar oriya poem from Abstract