ମାଆ
ମାଆ
ମାଆ
କିଟି କିଟି ଅନ୍ଧାର ଭିତରୁ
ଖୁସିଟିକ ପାଇବାର ଅନେକ ଆଶା ନେଇ
ଜନ୍ମ ନେଲା ନାରୀ
ସ୍ଵପ୍ନରେ ନା ବାସ୍ତବତାରେ
ଫୁଟାଇ ପାରିଲାନି ହସଟିକେ
ତାର ଉଦାସୀ କଅଁଳିଆ ଓଠରେ
ଏକ ମାଆ
ଦ୍ବିତୀୟ ରେ ନାସ୍ତି ଯାର ନାଆ
ସିଏ ମୋର ଏଇ ଦୁନିଆର
ଅତି ଆପଣାର
ସ୍ନେହମୟୀ ମାଆ
ଦୁଃଖ କଷ୍ଟ ସହି
ଅନେକ ଜଞ୍ଜାଳ କୁ ଆପଣାଇ
ଯିଏ ଜନ୍ମ ଦେଲା ମତେ
ସ୍ନେହ ଶ୍ରଦ୍ଧା ଆଉ ଆଦରତା ଋଣ
ସୁଜିବି କେମନ୍ତେ
ଦଶ ମାସ ଦଶ ଦିନର
ଅସହ୍ୟ କଷଣ
କିଏ ଅବା ପାରିବ ସହି
ରକତ ନିଗାଡି ଯନ୍ତ୍ରଣାରେ ଶଢ଼ି
ଦୁଧ ଶର ଖୋଇ ଏଡୁ ଏଡେ କଲା ସେହି
ଅଝଟ ହେଲେ ମୁଁ
କିଛି ନ ଖାଇଲେ
ମାମୁଁ ଗାଁ ଦେଖାଇ ଗୀତ ଗାଉଥିଲା
ଆ ଜହ୍ନ ମାମୁଁ .....ସରଗ ଶଶି
ଧୋ ରେ ବାୟା .... ଧୋ
ଅଳୀ ଅର୍ଧଳି ସହି ପିଠି ଥପୁଡ଼ାଇ
କହୁ ଥିଲା ମତେ ଶୋ
ତା ଡାକରେ ତା କୋଳରେ
ଅଜସ୍ର ଆନନ୍ଦ
ମଧୁରତା ପ୍ରାଣ ଭରିଦିଏ
ମାଆ ଗାଳି ଅପବାଦ
ମୋ ପାଇଁ ଆଶିଷ ଯେ ହୁଏ
ମାଆ ଗୋ ତୁମେ ମୋ ମନ ମନ୍ଦିରର
କାନ୍ତ କମନୀୟ ଦେବୀ
ପୂଜୁଥିବି ସଦା
ଆସୁ ଯେତେ ବାଧା
ତୁମା ପାଦତଳେ ସେବି
ମାଆ ଗୋ ତୁମେ ଦେବୀ ଆଦ୍ୟ ଗୁରୁ
ଶକ୍ତି ସ୍ୱରୁପିଣୀ
ଦେବୀ ନାରାୟଣୀ
ତୋର ସମ ନୁହେଁ କେହି ସ୍ବର୍ଗ ମର୍ତ୍ତ୍ୟ ପୁଣି
ମାଆ ଗୋ ତୁମେ ବୁକୁ ଚିରି ବକ୍ଷ ନିଗାଡି
ମମତା ଅଜାଡ଼ି
ଦେଇଛ ରୁଧିର
ତୋର ପାଦ ପଦ୍ମ ତଳେ
କରୁଛି ଅର୍ପିତା
ମୋର କୋଟି କୋଟି ନମସ୍କାର
