STORYMIRROR

Anuja Behera

Abstract Classics Inspirational

4  

Anuja Behera

Abstract Classics Inspirational

ନରକ ନିର୍ବାଣ

ନରକ ନିର୍ବାଣ

1 min
3


ନରକ ନିର୍ବାଣ

ମାଟିରେ ପୋତିଛି ଜୀବନ ଚେର ମୁଁ 
ସୁଖକୁ କରିଛି ପର
ବତାସ ସାଥିରେ ଅଲେଖା ସନ୍ଧି ମୋ 
ମକର ପିଠିରେ ଘର

ଦୁଃଖକୁ କହିଛି ଜୀବନେ ମୋ ଆସ 
ଲୁହକୁ କରିଛି କଣ୍ଟ
ପ୍ରତାରଣା ଆସି କାନେ କହିଯାଏ
ମତେତ ଭାବ ନିଅଣ୍ଟ

ନଇକୁ ଛାଟିଛି କୁଳୁ କୁଞ୍ଜା ପାଣି
ମେଘକୁ ଯାଚିଛି ଚୁମା
ଫଗୁଣ ସଂଜରେ ପ୍ରିୟାକୁ ଜାଚିଛି 
ଛୁରିଅନା ଫୁଲ ବୋମା

ମରଣ ପୁରର ଚାରଣ ବାସି ମୁଁ 
ଲୁହ ଲୁହ ଲୁଚକାଳି
ପ୍ରଣୟୀ ଛାତିର ଛନକା ପରାଏ
ପିରତିର ଚୋରା ବାଲି

ପ୍ରତାରଣା ପ୍ରେମ ଜୀବନେ ମୋ ଯାଚେ
ଦୁଃଖ ଜଞ୍ଜାଳର ଭେଟି
ସନ୍ଧେହ ବାଟରେ ହୋଇ ବାଟବଣା
ସମ୍ପର୍କରେ ପଡେ କଟି 

ଏଇଠି ଲଭିଛି ସରଗ ସୁଖ ମୁଁ 
ଦୁଃଖ ସୁଖର ଜଞ୍ଜାଳ
ଗୁରୁଣ୍ଡି ଗୁରୁଣ୍ଡି ଜୀବନ ଜିଇଛି 
କାଟି ବୁଢିଆଣୀ ଜାଲ

ଜୀବନ ମରଣ ଏଇତ ଜୀବନ
ବୈକୁଣ୍ଠ କୁ କାହିଁ ମନ
କଣ୍ଟକିତ ଏଇ ଜୀବନ ବର୍ଷୁଛି 
ରଡ ନିଆଁର ଶ୍ରାବଣ

ନ ମିଳୁ ପଛକେ ସୁଖ ସମ୍ମାନ
ଅମର୍ତ୍ତ୍ୟ ସମ୍ବୋଗ ଖିଅ 
ସଂଘର୍ଷରେ ଅଛି ଅସୀମ ଆନନ୍ଦ
ମତେ ନରକ ନିର୍ବାଣ ଦିଅ


Rate this content
Log in

Similar oriya poem from Abstract