କଲମ
କଲମ
କଲମ
କେତେ ମହାମୁନି ପଣ୍ଡିତ ବିଜ୍ଞାନୀ
କଲମ କୁ ଗଲେ ଖୋଜି
ହଜାରେ ଯୁଗର ଇତିହାସକୁ
ଜାବୁଡ଼ି ଧରିଛି ଆଜି
ଚୋର ଡକାୟତ ଠକ ଟାଉଟର
କାହାକୁ ନାହିଁରେ ଡର
ନୀତି ଯେ ଟାଣୁଛି କାଗଜ ଛାତିରେ
ସତ୍ୟର ଅଲିଭା ଗାର
ପବିତ୍ର ଭାରତେ ପୁରାଣଠୁ ଗ୍ରନ୍ଥ
କେତେ କେତେ ଲେଖି ଗଲେ
କାଠ କଲମ ଲେଖନୀ ଠାବକୁ
ସଭିଏଁ ସାଲୁଟ କଲେ
ଜୀବନର ଏଇ ସଂଗ୍ରାମ ଭିତରେ
କଲମ ଟି ଅସ୍ତ୍ର ମୋର
ପ୍ରାଣଥିବା ଯାଏଁ କବିରୁ କଲମ
କେ ଅବା କରିବ ପର
ହଜାରେ ଯୁଗର ଆବିଷ୍କାର ଇଏ
ଇତିହାସ ତାର ସାକ୍ଷୀ
ନିର୍ଜୀବ ଶରୀରେ ଜୀବନ ସଂଚାରେ
କଲମ ମୁନରେ କବି
ଆହେ ମୋ କଲମ ବନ୍ଦେ ତୋର ଧର୍ମ
ଅଧର୍ମ ଯାଏରେ ଛାଡି
ତତେ ହସ୍ତେ ଧରି ପରସ୍ତ ପରସ୍ତ
କେତେ ତର୍କ ମୁଁ ଦେଇଛି ବାଢ଼ି
ସୁକ୍ଷ୍ମଟିଏ ହୋଇ ବୃହତ କର୍ମରେ
ସାମ୍ନାରେ ହେଉ ତୁ ଠିଆ
ତୋର ଆଦର୍ଶରେ ତୋ କଲା କର୍ମରେ
ସଭିଏଁ ମାରେ ମୁଣ୍ଡିଆ
