କବିତା
କବିତା
କବିତା
କେବେ ସୃଷ୍ଟିର ସ୍ରଷ୍ଟାଟିଏ ହୋଇ
ଲେଖେ ପୃଥିବୀର ବ୍ୟଥା
କେବେ ସୁନେଲି ଶୀତ ସକାଳର
କାକର ପାଣିର କଥା
କେବେ ସବୁଜ ସୁନ୍ଦର ପ୍ରକୃତି
ଜୀବନ୍ତ ହୋଇ ଯେ ଉଠେ
କେବେ ଦୁନିଆର ପରିଭାଷା
ଲେଖେ ସୃଷ୍ଟିର ଯମୁନା ତୁଠେ
କେବେ ଆଙ୍କେ ପୁଣି ଜୀବନର ଛବି
କେବେ ଚଲା ଭସା ମେଘ
କେବେ ଲାଗେ ପୁଣି ଫଗୁଣର ରଂଗରେ
କେବେ କଳଙ୍କର ଦାଗ
କେବେ ପ୍ରେମର ଅଲିଭା ଚିହ୍ନ ସେ
କେବେ ପ୍ରିୟାର ଅଭିମାନ
କେବେ ସେ ଶାନ୍ତିର ଯମୁନା ନଇ ତ
କେବେ ଅଶାନ୍ତିର ବାତାବରଣ
କେବେ ଆନନ୍ଦର ଜିବନଟିଏ ସେ
କେବେ ଜିଅନ୍ତା ଶବ
କେବେ ଶଙ୍କର ଯୋଗେଶ୍ୱର ତ
କେବେ ତାଣ୍ଡବ ଶିବ
କେବେ ଲେଖେ ପୁଣି ବୀରର କବିତା
କେବେ ନଇଁ ଦିଏ ମଥା
କେବେ ଗାଏ ପୁଣି ଭଙ୍ଗା ହୃଦୟର
ବେଦରଦୀ ଯେତେ ଗାଥା
