ମୁଁ ମଲାପରେ
ମୁଁ ମଲାପରେ
ମୁଁ ମଲାପରେ
ମୁଁ ମଲାପରେ
ମୋ ସହ
ଦିନେ ଏମିତି ଅବସ୍ତା ହବ
ପ୍ରତିବିମ୍ବ ଉଭେଇ ଜୀବ
ଦର୍ପଣରୁ ଦିନେ
ଆଉ ଫେରିବେନି ବୋଲି good bye କହି
ଟାଇଁ ଟାଇଁ ଗ୍ରୀଷ୍ମ ଆଲୋକରେ
ଦିନ ବାରଟାରେ
ନିଜ ଛାଇ ବି ଦୃଶ୍ୟମାନ ହେବନି
ପୂର୍ବାହ୍ନ କି ଅପରାହ୍ନରେ ଆଉ
ଘଟ ଛୁଟିବାର କ୍ଷଣିକ ପୂର୍ବରୁ
ନିଃଶ୍ୱାସ ବି ହେବ ରୁଦ୍ଧ
ପରିଚୟ ଲିଭିଯିବ
ମାୟା ଜଞ୍ଜାଳର ଦୁନିଆ ବୁକୁରୁ
ଜିଇଁବାର ଉତ୍କଣ୍ଠା ସବୁ
ଆତ୍ମାରେ ସାହାସ ବାନ୍ଧୁଥିବ
ପୁଣି ଥରେ ବଞ୍ଚିବାକୁ ଦୁନିଆରେ
ହେଲେ ପାରୁନଥିବ
ଉଦାସ ହେଉଥିବ ମନ ବାରମ୍ବାର ବିଫଳରେ
ମୁଁ ମଲାପରେ
ଧରାରୁ ବିଦାୟର କ୍ଷଣିକ ପରେ
ପଡ଼ିଯିବ ଚାରିଆଡ଼େ ଚହଳ
ଆଖପାଖ ବନ୍ଧୁବାନ୍ଧବ ହୋଇଯିବେ ଗହଳ
ସୁବିବ କୋଳାହଳ
କୋଳେଇ ସଜାହେବ
ଖଇ କଉଡ଼ି ବିଁଛାହେବ
ରାମନାମ ସତ୍ୟ ହେ ହରିନାମ ସତ୍ୟ ହେ
ପାଞ୍ଚ ତୁଣ୍ଡରୁ ଶୁଭୁଥିବ
ଶେଷ ଠିକଣା ଶ୍ମଶାନରେ
ଚିତାରେ ଶରୀରର ସମର୍ପଣରେ
ଠିକଣା ବି ହଜିଯିବ ପରିବାର ର ସମ୍ପର୍କ ଭିତରୁ
ହାଡ଼ ମାଂସ ସବୁ ପାଉଁଶ ହୋଇ
ମାଟିକୁ ଆଦରି ନେବେ
ଆତ୍ମା ମୋର ଶୁନ୍ୟ ରେ ଘୁରିବୁଲି
ବଞ୍ଚିବାର ରାହା ଖୋଜୁଥବ
ଆଉ ଲୋକେ କହିଥିବେ ଭୂତ....
ମୋ ଅନ୍ତର
ମତେ ବାରମ୍ବାର ନିନ୍ଦା କରୁଥିବ
ମୋ କଲା କର୍ମମାନ ଯୋଗୁଁ
ଆଉ ଲୋକେ କହୁଥିବେ
ବେକାର ଲୋକଟା ଥିଲା
ମରିଗଲା ଭଲହେଲା.......
