STORYMIRROR

Anuja Behera

Classics Inspirational Others

4  

Anuja Behera

Classics Inspirational Others

ସମୟର ସ୍ରୋତ

ସମୟର ସ୍ରୋତ

1 min
2

ସମୟର ସ୍ରୋତ

ଅନେକ ଦିନ ପରେ
ନୂତନର ଆଗମନରେ
ସମୟ ସ୍ରୋତରେ ଜୀବନର ବିଗତ ଅତୀତ
ସାହିତ୍ୟରେ , ସମାଜରେ ଓ ରାଜନୀତିର ଅପହଞ୍ଚ ଧାଡ଼ିରେ

ଏମିତି ଅନେକ ସୃତୀ ହୋଇଯାଏ ଇତିହାସ
ଆଉ ଇତିହାସ ହୋଇଯାଏ ପୁରୁଣା
କିଛି ନୂତନ ଅନ୍ବେଷଣରେ 

ନୂତନର ଅଦ୍ଭୁତ ଆଭାସରେ 
ଶୁଭ ଶୁଭ ବାତାବରଣରେ
ପଲ୍ଲୀ ପ୍ରଭାତର ଉଦୟ ସୁର୍ଯ୍ୟରେ 
ସୁନେଲି ସକାଳ
ଧୂସର ମାଟିରେ ନୂଆଁ ଏକ ସୁନ୍ଦର ପୃଥିବୀ
ନୂଆଁ ଏକ ପିଢ଼ିର ଅପେକ୍ଷାରେ 

ନୂତନର ଏ ଭବ୍ୟ ସ୍ୱାଗତରେ 
ସଂଚିବ ଜୀବନ 
ନିର୍ଜିବରେ
ନୂତନର ଜଡ ସ୍ପର୍ଶରୁ ଚେତନ
ପାଇବ ଯେ ପ୍ରାଣ  
ପିଣ୍ଡରେ 

ମାତ୍ର ତା ଆସିବା ପରଦିନରେ
ଖବର କାଗଜର ପ୍ରଥମ ପୃଷ୍ଠାରେ
ନିରବ ନିଶ୍ଚଳ ପ୍ରକୃତି
ଏତେ ଲୋକ ମୃତ ଏତେ ଆହତ 
ବଣଭୋଜି ଗାଡ଼ି ଦୁର୍ଘଟଣାରେ 
ରାଜ୍ୟ ଜିଲ୍ଲା ଦେଶରେ

ତ କଣ ଲୋଡା ଏମିତି ନୂଆଁ ବର୍ଷର
କେତେ ସାର୍ଥକତା ତା ଆସିବାରେ
ଯିଏ ଦେଇପାରେନା ଜୀବନଟିଏ
ଅଥଚ ନେଇଯାଏ ହଜାର ହଜାର ଜୀବନ
ହସି ହସି ନୁତନର ଉଲ୍ଲାସରେ

ଏକ ନୂତନ ପରିବର୍ତ୍ତନର ପରିପେଖିରେ
ନିଜକୁ ପରିବର୍ତ୍ତନର ପ୍ରୟାସରେ
ଅବଶ୍ୟ ବାହ୍ୟ ପରିବର୍ତ୍ତନର ଦୃଶ୍ୟମାନରେ
ବଦଳେନା ଚିନ୍ତା ଚେତନା ଓ ମାନସିକତା


ଇଛାହୁଏ ନୁଆଁବର୍ଷ ନ ଆସନ୍ତା କି ମୋଟେ 
ଅନ୍ତତଃ ଦେଖିବାକୁ ମିଳନ୍ତାନି
କୁଢ଼ କୁଢ଼ ଜୀବ ହତ୍ୟା 
ରାସ୍ତା ଦୁଇ କଡ ବାଟ ଘାଟରେ


Rate this content
Log in

Similar oriya poem from Classics