ମୁଁ କର୍ମ ବୀର , ବାକ୍ୟ ବୀରନୁହେଁ
ମୁଁ କର୍ମ ବୀର , ବାକ୍ୟ ବୀରନୁହେଁ
କାମ କରିବାରେ ମୋର ଅଧିକାର
ତେଣୁ ମୁଁହି କର୍ମ ବୀର
କହେ ନାହିଁ କଥା , କାମ କରି ଚାଲେ
ତେଣୁ ମୁଁହି କର୍ମ ବୀର ।
ସବୁକୁ ସମାନ ଗୁରୁତ୍ଵ ଦିଅଇ
ନିନ୍ଦା , ଅପବାଦ ହାନୀ
ପ୍ରଶଂସା ପ୍ରେରଣା ଲାଭ ଚାହେଁ ନାହିଁ ,
ଚାହେଁ , କିନ୍ତୁ ମନ ମାନି ।
ପ୍ରେରଣା ପାଇଣ ଚାଲେ ଧୀରେ କ୍ରମେ
କରି ନିତି ଅଗ୍ର ଗତି
ଆଗକୁ ଆଗକୁ ବଢ଼ିବାରେ ଖୁସି
ଲାଗେ କେତେ ନିତି ନିତି ।
ଅଭିନବ ବିଭା ଭାର ଭରା ମନ
ପ୍ରଶଂସାର ଲାଳ।
ଇତନ ହୁଅଇ କେବେ କର୍ମ କରି ଚାଲେ
ଚଳି ଜୀବନେ ପବିତ୍ର ।
ଉତ୍ସାହ ଶକତି ପ୍ରେରଣା ସାହସ
ଧରି କର୍ମ କରି ଚାଲେ
ବାକ୍ୟ ବୀର ପରି ବିଚଳିତ ନୁହେଁ
ମୁହିଁ , କାହିଁ କେବେ ହେଲେ ।
ସ୍ୱାଭିମାନ ପାଇଁ ସଦା ଲଢ଼ୁଥାଇ
ଜୀବନ ରେ ଅହ ରହ
ଯାହା ବି କହଇ ତାହା ମୁଁ କରଇ
କର୍ମ ରେ ମୋର ଆଗ୍ରହ ।
କଥା କହି ଠକି ଭଣ୍ଡାଇ ଜୀବନ
ଯିଏ ନିତି ଜୀଉଁ ଛନ୍ତି
ଅଯଥା ଆକ୍ରଶ ପ୍ରକାଶିତ କରି
ଲାଭ ସେ ଉଠାଇ ଥାନ୍ତି ।
କରମ ରେ ତାଙ୍କ ନ ଥାଏ ଆଗ୍ରହ
ସ୍ବାର୍ଥ ରେ ନିରତ ଧ୍ୟାନ
ବାକ୍ୟ ବୀର ପରି , କରେ ନାହିଁ କେବେ
ବୃଥା ବାକ୍ୟ ଉଚ୍ଚାରଣ ।
